Breaking News

ପୁଣି ଖଟିଆ ରେ ୭ କିଲୋମିଟର ବୁହାହେଲେ ରୋଗୀ


କନ୍ଧମାଳ---- ପୁଣି ଖଟିଆ ରେ ୭ କିଲୋମିଟର ବୁହାହେଲେ ରୋଗୀ l ରାସ୍ତା ନଥିବା କାରଣ ରୁ ଗାଁ କୁ ଆସି ପାରିଲାନି ଆମ୍ବୁଲାନ୍ସ l ଯାହା ଫଳରେ ଦୀର୍ଘ 7 କିଲୋମିଟର ପର୍ଯ୍ୟନ୍ତ ରୋଗୀ ଙ୍କୁ ଖଟିଆ ରେ ବୋହିଲେ ପରିବାର ଲୋକ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତ ର ମାଜାବାଲି ଗାଁ ରେ l ମାଜାବାଲି ଗାଁ ର କୁମୁଦ ମଳିକ ଙ୍କୁ ଭୀଷଣ ଜ୍ୱର ଓ ଛାତି ବ୍ୟଥା ହେବାରୁ ପରିବାର ଲୋକ ବାଲିଗୁଡା ମେଡିକାଲ କୁ ନେବାକୁ ବାହାରିଥିଲେ l କିନ୍ତୁ ଗାଁ ରେ ନେଟୱର୍କ ଓ ରାସ୍ତା ନଥିବା କାରଣ ରୁ କୁମୁଦ ଙ୍କୁ ମାଜାବାଲି ଗାଁ ରୁ ଦୀର୍ଘ 7 କିଲୋମିଟର ଚାଲି ଚାଲି କାନ୍ଧ ରେ ଖଟିଆ ସାହାର୍ଯ୍ୟ ରେ ବୋହି କୁଟିକିଆ ପର୍ଯ୍ୟନ୍ତ ଆସିଥିଲେ l କୁଟିକିଆ ରୁ ଅଟୋ ଯୋଗେ କୁମୁଦ ଙ୍କୁ ବାଲିଗୁଡା ଆଣି ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା l ପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଥିଲା l
ତେବେ କୁଟିକିଆ ରୁ ମାଜାବାଲି ଗାଁ କୁ ରାସ୍ତା ମଞ୍ଜୁରୀ ହୋଇଥିଲେ ମଧ୍ୟ ଠିକା ସଂସ୍ଥା 8 ମାସ ହେଲା କାର୍ଯ୍ୟ କରୁ ନଥିବା କାରଣ ରୁ ଏପରି ଅବ୍ୟବସ୍ଥା ରହିଥିବା ଗ୍ରାମବାସୀ କହିଛନ୍ତି l ତେଣୁ ନିୟୋଜିତ ଠିକା ସଂସ୍ଥା କୁ ଯଥାଶୀଘ୍ର କାର୍ଯ୍ୟ କରିବାକୁ  ଜିଲ୍ଲାପାଳଙ୍କ ପାଖରେ ଦାବି କରିଛନ୍ତି କୁଟିକିଆ ପଞ୍ଚାୟତ ବାସୀ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୬/୬/୨୦୨୩---୮,୪୫ Sakhigopal News,6/6/2023

Popular Posts