Breaking News

ଶ୍ମଶାନ ଭଙ୍ଗା ବିବାଦ; ପ୍ରତିଶୃତି ପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତଙ୍କ ଧାରଣା ପ୍ରତ୍ୟାହାର




     ସାକ୍ଷୀଗୋପାଳ  ----  ସାକ୍ଷୀଗୋପାଳ ମନ୍ଦିର ସେବାୟତ ମାନଙ୍କର ଶ୍ମଶାନ କୁ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଓଡିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ଭାଙ୍ଗି ଦିଆଯାଇଛି । ଯାହାକୁ ନେଇ ସେବାୟତ ମାନେ ମନ୍ଦିର ଆଗରେ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି  । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ତହସିଲଦାର ଜୟନ୍ତ କୁମାର ଜୟସିଂହ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡ଼ିଓ ଲୋଚନ ଦାସ, ସତ୍ୟବାଦୀ ଥାନା ଅଧିକାରୀ ବିଜୟ କୁମାର ବେହେରା ଓ ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର ସମ୍ପାଦକ ବିଜୟ କୁମାର ନନ୍ଦ  ସେବାୟତ ସଂଘ ସମସ୍ତ ସଦସ୍ଯ ଓ ବୟୋଜ୍ୟେଷ୍ଠ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ  । ବିଧାୟକ ଶ୍ରୀ  ସାମନ୍ତରାୟ କହିଥିଲେ  ୧ ତାରିଖ ରୁ ୫ ତାରିଖ ମଧ୍ୟରେ ଏ ଘଟଣାର ସମାଧାନ କରାଯିବ ବୋଲି ଲିଖିତ ଭାବେ ସମସ୍ତେ ସ୍ବାକ୍ଷର  କରିଛନ୍ତି। ଏହି ତାରିଖ ମଧ୍ୟରେ ସମାଧାନ ନ ହେଲେ ୬ ତାରିଖ ଠାରୁ ଅନିର୍ଦିଷ୍ଟ ମନ୍ଦିର ବନ୍ଦ ରହିବବୋଲି ସେବାୟତ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟ ପକ୍ଷରେ ବିଧାୟକ କହିଥିଲେ ପୁରୀ ଜିଲ୍ଲାପାଳ ଓ ଅତିରିକ୍ତ ଦେବୋତ୍ତର କମିଶନରଙ୍କ ସହିତ ଆମେ ବସି ଏହି  ଘଟଣାର ସମାଧାନ କରାଯିବ ବୋଲି କହିଛନ୍ତି ।ଦେଉଳ ସିଂହଦ୍ଵାର ଓ ମନ୍ଦିର କାର୍ଯାଳୟ ରେ ତାଲା ପଡିଛି  । ଠାକୁର ଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇ ଫେରି ଯାଉଥିବା ଦେଖିବାକୁ ମିଳିଥିଲା   । ସୋମବାର ବିଳମ୍ବିତ ରାତିରେ ସତ୍ଯବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସେବାୟତ ସଂଘ ସହିତ ଆଲୋଚନା କରି ଆନ୍ଦୋଳନ କୁ ସମର୍ଥନ କରିଥିଲେ  ।  ଏହି ପରିପ୍ରେକ୍ଷୀରେ ସେବାୟତ ସଂଘ ପକ୍ଷରୁ ୪ଟି ଦାବି ଉପସ୍ଥାପନ କରାଯାଇଛି  । ଯଥା ନଂ ୧ - ଶ୍ମଶାନ କୁ ଯେଉଁ ସଂସ୍ଥା ଭାଙ୍ଗିଛି ତାହା ବିରୁଦ୍ଧ ରେ କାର୍ଯ୍ଯାନୁଷ୍ଠାନ ଓ କ୍ଷତିପୂରଣ ଆଦାୟ କରାଯାଉ। ନଂ୨ - ଯେଉଁ ସ୍ଥାନରେ ଶ୍ମଶାନ କରାଯିବ ସେହି ଜାଗାକୁ ସେବାୟତ ସଂଘ ନାମରେ କରାଯାଉ  । ନଂ ୩- ରାଧାକୁଣ୍ଡରେ ଦେବ ନୀତି ହେବା ସହିତ ସେବାୟତ ମାନେ ବ୍ଯବହାର କରିବାକୁ ତାହା ଉନ୍ମୁକ୍ତ ରଖାଯାଉ  । ନଂ ୪ - ତୁରନ୍ତ ଶ୍ମଶାନ ନିର୍ମାଣ କରାଯାଉ ବୋଲି ଦାବି ରଖିଛନ୍ତି।  ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ କହନ୍ତି ସେବାୟତ ମାନଙ୍କର ସଂପର୍କରେ ଦେବୋତ୍ତର ବିଭାଗ କମିଶନର ଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି। ସେବାୟତ କିଶୋର ମହାପାତ୍ର ,ଯୋଗୀ ନନ୍ଦ ,ବିଜୟ ମହାପାତ୍ର, ଶୁଭଦର୍ଶୀ  ମହାପାତ୍ର, ଜୟପୁର ସରପଞ୍ଚ ଙ୍କ ପ୍ରତିନିଧି  ଦେବଦତ୍ତ ସାମନ୍ତରାୟ ପ୍ରମୁଖ ଏହି ଆଲୋଚନା ସମୟରେ ଉପସ୍ଥିତ ରହିଥିଲେ। ଶେଷରେ ମନ୍ଦିର ସିଂହଦ୍ଵାରରେ ପଡ଼ିଥିବା ଚାବି ଖୋଲାଯାଇଥିଲା। ଅପେକ୍ଷା ରତ ବିଭିନ୍ନ ରାଜ୍ୟରୁ ଆସିଥିବା ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥିଲେ । ବିଜେପି  ନେତା ଓମ୍ ପ୍ରକାଶ ମିଶ୍ର ଓ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ , ଜୟପୁର ସମିତି ସଭ୍ୟ ଦୀପକ ଶତପଥୀ ସେଠାରେ ଉପସ୍ଥିତ ରହିଥିଲେ। 
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୬/୨୦୨୩---୮,୧୦ Sakhigopal News,28/6/2023

Blog Archive

Popular Posts