ଶାନ୍ତି ଦିଦିଙ୍କ ଏକାଦଶାହରେ ସ୍ମୃତି ସଭା ଅନୁଷ୍ଠିତ
ଡେଲାଙ୍ଗ ------ ଗୁରୁଙ୍କର ବାସ୍ତବରେ ମୃତ୍ୟୁ ନ ଥାଏ । ଗୁରୁ ମୃତ୍ୟୁ ପରେ ବି ଅମର । ଗୁରୁଙ୍କର କଥା ଓ କାର୍ଯ୍ୟ ପିଢ଼ି ପରେ ପିଢ଼ି ମନେ ରଖିଥାନ୍ତି।ଜନ ମାନସରେ ଗୁରୁ କାଳକାଳକୁ ମନେ ରହିଥାନ୍ତି।ପିଢପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷୟିତ୍ରୀ ଶାନ୍ତିମଣି ଦେଇଙ୍କର ଏକାଦଶାହରେ ସହଜପୁରଠାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଶିକ୍ଷାବିତ୍, ଶିକ୍ଷା ପ୍ରେମୀ, ସମାଜସେବୀ ଓ ସଙ୍ଗୀତଜ୍ଞମାନେ ଯୋଗଦେଇଥିଲେ । ସ୍ବର୍ଗତା ଶାନ୍ତି ଦିଦିଙ୍କର ମଧୁର ବାର୍ତ୍ତା, ଭଦ୍ର ବ୍ୟବହାର, ଶିଶୁ ସୁଲଭ ଗୁଣ,ସରଳ ମଣିଷ ପଣିଆ , କର୍ତ୍ତବ୍ୟନିଷ୍ଠା, ଛାତ୍ର ବତ୍ସଳତା ସବୁଦିନ ପାଇଁ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ମନେ ରହିବ ବୋଲି ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ। ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଜିଲ୍ଲା ଶିକ୍ଷକ ସଂଘର ସଭ୍ୟ ପଲ୍ଲୀ ସ୍କୁଲର ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ସଂଘ ସଂପାଦକ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଦାସ, ଅବସରପ୍ରାପ୍ତ ପ୍ରଧ୍ୟାପକ ନରେନ୍ଦ୍ର ବେହେରା,ଗୋଦାସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର, ଛାଟୋଇ ମୋତିଲାଲ, ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଯୋଗେନ୍ଦ୍ର ସାହୁ, ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା, ସଦାଶିବ ବିଶ୍ବାଳ,ଅଭୟ ଚରଣ ସାହୁ, କାହ୍ନୁ ସେଠୀ, ଚିତ୍ତରଞ୍ଜନ ରାଉତ୍, ପୂର୍ଣ୍ଣଚନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ମୀନା ତାଡ଼, ମମତା ପ୍ରଧାନ, କଳ୍ପନା ବିଶ୍ବାଳ, ଦ୍ରୌପଦୀ ସ୍ବାଇଁ , ସମାଜ ସେବୀ ବିଜୟ କୁମାର ପ୍ରଧାନ , ନିହାର ରଞ୍ଜନ ସ୍ବାଇଁ, ପ୍ରଶାନ୍ତ କୁମାର ପଟ୍ଟନାୟକ , ବିଶିଷ୍ଟ ଉପସ୍ଥାପକ ତଥା ଘୋଷକ ଅବିନାଶ ମୁଦୁଲି, ସଙ୍ଗୀତଙ୍ଗ ଗଦାଧର ବିଶ୍ବାଳ, ତ୍ରିନାଥ ନାୟକ ଓ ଅନ୍ୟମାନେ ଯୋଗଦେଇ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତା ଆତ୍ମାର ସଦ୍ଗତି ପାଇଁ ସଭାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରକାଶ ଥାଉକି ଶାନ୍ତିଦିଦି ପ୍ରଥମେ ଓଡତରବୋଇ ଓ ପରେ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ବହୁଦିନ ଧରି ଶିକ୍ଷକତା କରି ସୁନାମ ଅର୍ଜନ କରିବା ପ୍ରରେ ପିଢପାଟଣ ବିଦ୍ୟାଳୟରେ ଯୋଗ ଦେଇ ଅସୁସ୍ଥତା ଯୋଗୁଁ ପରିବାରବର୍ଗଙ୍କ ଦାୟିତ୍ଵରେ ୫ବରଷ ହେଲା ଚିକିତ୍ସାଧୀନ ଅବସ୍ଥାରେ ଗତ ୧୩ତାରିଖ ଦିନ ପରଲୋକ ଗମନ କରିଥିଲେ। ଏକାଦଶାହରେ ସହଜପୁର ଠାରେ ଶିକ୍ଷକ ସଂଘ ପକ୍ଷରୁ ସ୍ମୃତି ଚାରଣ ସଭାର ଆୟୋଜନ କରାଯାଇ ଥିଲା ବେଳେ ପରିବାରବର୍ଗଙ୍କ ତରଫରୁ ଏକ ଭକ୍ତି ସଂଗୀତ କାର୍ଯ୍ୟକ୍ରମର ଆସର କରାଯାଇଥିଲା। ଡେଲାଙ୍ଗ ୟୁଜିୟୁପି ସ୍କୁଲର ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁଙ୍କ ଆଧ୍ୟାତ୍ମିକ ମାର୍ଗରେ ସଭାର ସଂଯୋଜନା ଓ ପରିଚାଳନା ସାଙ୍ଗକୁ କଣ୍ଠଶିଳ୍ପୀ ଗଦାଧର ବିଶ୍ବାଳ, ଅବିନାଶ ମୁଦୁଲି, ତ୍ରିନାଥ ନାୟକ ଏବଂ ତାଙ୍କ ଗୋଷ୍ଠୀଙ୍କ ଦ୍ୱାରା ପରିବେଷିତ ମୁକ୍ତିମାର୍ଗୀ ଆବେଗପୂର୍ଣ୍ଣ ଭକ୍ତି ସଂଗୀତ ସମସ୍ତଙ୍କୁ ବଶୀଭୂତ ପୂର୍ବକ ଵହୁସମୟଧ୍ରରି ବାନ୍ଧି ରଖିଥିଲା। ପରିଚାଳନାରେ ଶୁଭେନ୍ଦୁ ସ୍ୱାଇଁ, ଦେବୀପ୍ରସାଦ ସ୍ବାଇଁ,ସରୋଜ କୁମାର ସ୍ବାଇଁ,ଶୁଚିସ୍ମିତା ସ୍ବାଇଁ, ପ୍ରଦୀପ ପଟ୍ଟନାୟକ, ଜିତେନ୍ଦ୍ର ସ୍ବାଇଁ ସଂପୂର୍ଣ୍ଣ ସହଯୋଗ କରିଥିଲେ। ସ୍ବର୍ଗତା ଦିଦିଙ୍କ ସୁପୁତ୍ର ଡାକ୍ତର ସାରଦା ପ୍ରିୟଦର୍ଶୀ ସ୍ବାଇଁ, କନ୍ୟା ଇଂ ଜୟଶ୍ରୀ ସ୍ବାଇଁ, ସ୍ବାମୀ ଅଭିମନ୍ୟୁ ସ୍ବାଇଁ ୫ବରଷ ଧରି ଦିଦିଙ୍କ ସେବା ଅସୀସ ଧୈର୍ଯ୍ୟର ସହ ସମାପନ କରିଥିବାରୁ ସଂଘ ତରଫରୁ ସେମାନଙ୍କୁ ସାଧୁବାଦ ସହ ସମବେଦନା ଜଣାଇ ଦିଆଯାଇଥିଲା। ଏଥିରେ ପଲ୍ଲୀ,ଜୋକନଡୁଆ, ରା଼ୟଗୁ୍ରୁପୁର ଓ ସହଜପୁରର ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଶେଷରେ ସମସ୍ତଙ୍କର ଉପସ୍ଥିତ ପାଇଁ ପରିବାର ତରଫରୁ ସମସ୍ତଙ୍କ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୨୬/୬/୨୦୨୬-----୬,୧୦ Sakhigopal News,26/6/2023