>>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • ଜାଗା ପାଇଁ ଛଅ ବର୍ଷ ହେଲା କରୁଛନ୍ତି ଆବେଦନ, ସରକାରଙ୍କ ଜାଗା ମିଶନ ଓ ବସୁନ୍ଧରା ଯୋଜନା ଗଲା କୁଆଡେ଼



    ନୟାଗଡ--- ଭୁମିହୀନଙ୍କୁ ଥଇଥାନ ପାଇଁ ସରକାର ଗ୍ରାମାଞ୍ଚଳରେ ବସୁନ୍ଧରା ଯୋଜନା ଠାରୁ ଆରମ୍ଭ କରି ସହରାଞ୍ଚଳରେ ଜାଗା ମିସନ ମାଧ୍ୟମରେ ଜାଗା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି।ମାତ୍ର ଦଶପଲ୍ଲା ଏନସି ଅଧିନସ୍ତ ସ୍ଥାନୀୟ ବାରପୁରିକିଆ ଗ୍ରାମରେ ଭାଡ଼ାଘର ନେଇ ରହୁଥିବା ଜଣେ ବରିଷ୍ଠ ନାଗରିକ ତଥା ସାମ୍ବାଦିକ ଦୀର୍ଘ ୬ ବର୍ଷ ହେଲା ତହସିଲଦାରଙ୍କ ଠାରୁ ଆରମ୍ଭ କରି ଏନଏସି କାର୍ଯ୍ୟାଳୟ, ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀ ଦସ୍ତରରେ ଖଣ୍ଡିଏ ଯାଗା ପାଇବା ପାଇଁ ଛଅ ବର୍ଷ ହୋଇଗଲା ଦରଖାସ୍ତ କରି ଚାଲିଛନ୍ତି । ଏବେ 'ମୁଁ ଆଉ କାହା ପାଖରେ ଅଭିଯୋଗ କରିବି ' ବୋଲି ପ୍ରଶ୍ନ ଉଠାଇଛନ୍ତି। ସୂଚନା ଯୋଗ୍ୟ, ବାରପୂରିକିଆ ଗ୍ରାମରେ ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି ବରିଷ୍ଟ ସାମ୍ବାଦିକ ଡ. ପ୍ରଫୁଲ୍ଲ କୁମାର ଦାସ। ସ୍ଵଳ୍ପ ଆୟ ମଧ୍ୟରେ ଘରଭଡ଼ା ସାଙ୍ଗକୁ ଚଳିବା କଷ୍ଟକର ହୋଇପଡୁଛି।ଏସବୁ ମଧ୍ୟରେ ସ୍ଥାୟୀ ଭାବେ ଘର ଖଣ୍ଡେ କରି ରହିବା ପାଇଁ ବସୁନ୍ଧରା କିମ୍ବା ଜାଗା ମିଶନ ଯୋଜନାରେ ଜାଗା ଖଣ୍ଡେ ଯୋଗାଇ ଦେବାକୁ ୨୦୧୮ ମସିହାରୁ ବିଭିନ୍ନ ବିଭାଗକୁ ଆବେଦନ କରୁଛନ୍ତି। ଜିଲ୍ଲାପାଳ ଙ୍କ ସମେତ ବିଧାୟକ , ଏନଏସି ନିର୍ବାହୀ ଅଧିକାରୀ, ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀ ଦସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଆବେଦନ କରିସାରିଲେଣି। ଏପରିକି ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ଭେଟି ଅନୁରୋଧ କରୁଛନ୍ତି। ଏସବୁ ଆବେଦନ ପରେ ଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା ୨୨୨୮ ଅନୁଯାୟୀ ଗତ ୨୦୧୮ ଅକ୍ଟୋବର ୩ ତାରିଖ ଦିନ ତହସିଲଦାର ଏବଂ ମୁଖ୍ୟମନ୍ତ୍ରୀ ଦସ୍ତରର ପତ୍ର ସଂଖ୍ୟା ୧୧୮୭୫ ଅନୁଯାୟୀ ୨୦୨୦ ମାର୍ଚ୍ଚ ୧୨ ତାରିଖ ଦିନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତୁରନ୍ତ ଏହାର ସମାଧାନ କରିବା ସହ କଣ ହୋଇଛି ଜଣାଇବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଥିଲେ। ହେଲେ ଏସବୁ ସତ୍ତ୍ୱେ ଜାଗା ଖଣ୍ଡେ ପାଇ ପାରିଲେ ନାହିଁ ।  ଆଉ କିଏ ବାକି ରହିଲା ଯେ ମୁଁ ଆଭିଯୋଗ କରିବି ଓ ମୋ କଥା କିଏ ଶୁଣିବେ ବୋଲି ଶ୍ରୀ ଦାଶ ପ୍ରଶ୍ନ କରିଛନ୍ତି । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩୦/୬/୨୦୨୩----୧୦,୨୦ Sakhigopal News,30/6/2023

    Blog Archive

    Popular Posts