ନିମ୍ନମାନର ରାସ୍ତା କାମକୁ ନେଇ ଗ୍ରାମ ବାସି ଅସନ୍ତୁଷ୍ଟ
ଜଟଣୀ - ଜଟଣୀ ସହର କହିଲେ ପୂର୍ବତଟ ରେଲବାଇ ଖୋର୍ଦ୍ଧାରୋଡ଼ ମଣ୍ଡଳକୁ ବୁଝାଏ l ବର୍ତ୍ତମାନ ଖୋର୍ଦ୍ଧାରୋଡ଼ ରେଳ ପ୍ରଶାସନର ଅନେକ ଉନ୍ନତି ମୂଳକ କାର୍ଯ୍ୟ ହେଉଅଛି l ସେଥି ମଧ୍ୟରୁ ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ୩ କିଲୋମିଟର ବ୍ୟବଧାନରେ ଥିବା ହରିପୁର ଷ୍ଟେସନର ଉନ୍ନତି କରଣରେ କରାଯାଇଛି l ଯାତ୍ରୀମାନେ ଖୋର୍ଦ୍ଧାରୋଡ଼ ଷ୍ଟେସନ ତଥା ଜଟଣୀ ରୁ ହରିପୁର ଷ୍ଟେସନ ଯିବାପାଇଁ ଲୋକକଲୋନୀରୁ ହରିପୁର ଷ୍ଟେସନ ୩ କିଲୋମିଟର ବ୍ୟାପି ଏକ ନୂତନ ପିଚୁ ରାସ୍ତା ନିର୍ମାଣ ହୋଇଛି l ନୂତନ ରାସ୍ତା ନିର୍ମାଣର ୭ ଦିନ ମଧ୍ୟରେ ରାସ୍ତାର ଦୁଇ ପାଖ ଧସି ଦବି ଗଲାଣି lଏକ କିଲୋମିଟର ବ୍ୟାପି ରାସ୍ତାଟି ଦବି ଯିବା ଫଳରେ ସେଥିରୁ ପିଚୁ ଉଠି ଖାଲରେ ପରିଣତ ହୋଇଯାଇଛି। ଫଳରେ ଠିକାଦାର ତରବରିଆ ଭାବେ ତାରି ଉପରେ ପୁଣି ପିଚୁ ପ୍ଳାଷ୍ଟର ପକାଇ କାମ ସାରି ଦେଇଛି l ସେହି ପ୍ଲାଷ୍ଟର ମଧ୍ୟ ଗୋଟିଏ ଦିନରେ ପୁଣି ପୁନଃ ଅବସ୍ଥା l ଠିକାଦାରର ଏହି ନିମ୍ନ ମାନର କାର୍ଯ୍ୟକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ସୂଚନା ମୁତାବକ ରାସ୍ତା ନିର୍ମାଣ ପାଇଁ ରେଲୱେ ପକ୍ଷରୁ ଠିକା କାର୍ଯ୍ୟ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କଲେ l ବିଜ୍ଞପ୍ତି ପରେ ରେଲୱେର ପୂର୍ତ୍ତ ବିଭାଗ ତଥା ଇଞ୍ଜିନିୟରିଂ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ତଥା ବାହାର ରାଜ୍ୟର ଠିକାଦାରଙ୍କ ମଧ୍ୟରେ ସଲାସୁତରା ଘଟି ୩ କୋଟି ୮୦ ଲକ୍ଷ ଟଙ୍କାର ଟେଣ୍ଡର ଦିଆଗଲା l କିନ୍ତୁ ଠିକାଦାର ରେଲୱେର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତରବରିଆ ଭାବେ ରାସ୍ତାରୁ ପୁରୁଣା ପିଚୁ ଉଠାଇ ସେହି ମାଟି ଉପରେ ପିଚୁ ପକାଇ ରାସ୍ତା କାମ ସାରିଦେଲେ l କାମ ପରେ ଠିକାଦାର ରେଲୱେର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ପିସି ଦେଇ 1 କୋଟି 60 ଲକ୍ଷ ଟଙ୍କାର ବିଲ ଉଠାଇ ନେଇଥିବା ସୂଚନା ମିଳେ l ରାସ୍ତା କାମ ସରିବାର ଏକ ସପ୍ତାହ ପୂରଣ ନ ହେଉଣୁ ସ୍ଥାନୀୟ ମାଣିଆ ଛକ ରେ ଅବସ୍ଥିତ ସମ୍ରାଟ ବାର ସମ୍ମୁଖରେ ଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇଗଲାଣି l ପୁନର୍ବାର ଠିକାଦାର ତାରି ଉପରେ ପିଚୁ ପ୍ଳାଷ୍ଟର ପକାଇ ଛୁ l ଏଥି ପ୍ରଶ୍ନ ଉଠେ ସାଧାରଣ ଜନତାଙ୍କ ଟିକସ ପଇସାରେ କେନ୍ଦ୍ର ସରକାର ଉନ୍ନତି ମୂଳଜ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଥିରେ ରେଲୱେ ପ୍ରଶାସନିକ ଅଧିକାରୀ ମାନେ ଲାଞ୍ଚ ଖାଇ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବାର ଅଭିଯୋଗ ହେଉଅଛି l ପୂର୍ବତଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳର ପ୍ରତ୍ୟକ ବିଭାଗରେ ଦୁର୍ନୀତି ଚାଲିଛି l କିନ୍ତୁ ଦୁର୍ନୀତି ରୋକିବାକୁ କେହି ନାହାନ୍ତି l ଉଚ୍ଚପଦସ୍ଥ ଅଧିକାରୀମାନେ ହେଲେ ମୁଖ୍ୟ ଦୁର୍ନୀତିଖୋର l ବୁଦ୍ଧିଜୀବୀଙ୍କ ମତରେ କେନ୍ଦ୍ର ସରକାରଙ୍କ ଭିଜିଲାନ୍ସ ବିଭାଗ ଏଥିରେ ହସ୍ତକ୍ଷେପ କରି ଦୁର୍ନୀତି ଖୋର ବ୍ୟକ୍ତି ମାନଙ୍କୁ ଉଚିତ ଦଣ୍ଡ ବିଧାନ କଲେ ଏଥିରେ ଦେଶର ମଙ୍ଗଳ ହେବା ସଂଗେ ସଂଗେ ସାଧାରଣ ଜନତାଙ୍କ ମଙ୍ଗଳ ହେବ l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୬/୨୦୨୩---୮,୩୫ Sakhigopal News,28/6/2023