Breaking News

ମା ବ୍ରହ୍ମ୍ଚେଇ ଙ୍କ ପୀଠ ରେ ଯୁବଙ୍କର ଝୁଲନ୍ତା ମୁତଦେହ ଝୁଲୁଛି


କଟକ---- ମା ବ୍ରହ୍ମ୍ଚେଇ ଙ୍କ ପୀଠ ରେ ସ୍ତାନୀୟ ଯୁବଙ୍କର ଝୁଲନ୍ତା ମୁର୍ତଦେହ ରଜ ରେ ଲାଗିଥିବା ରଜ ଦୋଳି ରେ ଝୁଲୁଛି । ଯେଉଁଠି କାଲି ଝୁଲୁଥିଲେ କୁଆଁରୀ ମାନେ, ଆଜି ସେଠି କାନ୍ଦ ବୋବାଳୀରେ କମ୍ପୁଛି ମାଙ୍କ ପୀଠ ।ଝୁଲୁଛି ଗୋଟିଏ ହତଭାଗା ପରିବାର ର ଏକ ମାତ୍ର ପୁଅ ର ମଲା ଦେହ ।
ଏଭଳି ଏକ ଅଭାବନୀୟ ଘଟଣା ଆଜି ସକାଳୁ ଦେଖିବାକୁ ମିକିଛି କଟକ ଜିଲ୍ଲା ବାଙ୍କୀ ସ୍ଥିତ ମା ବ୍ରମହେଁଇ ଙ୍କ ପୀଠ ପରିସର ରେ । ସକାଳୁ ମନ୍ଦିର ପରିସର କୁ ଫୁଲ ତୋଳି ଯାଇଥିବା କିଛି ସ୍ଥାନୀୟ ବାସିନ୍ଦା ମନ୍ଦିର ପରିସର ରେ ଲାଗିଥିବା ରଜ ଦୋଳି ରେ ଏହି ଝୁଲନ୍ତା ମୃତଦେହ କୁ ଦେଖି ତାଙ୍କୁ ଚିହ୍ନଟ କରିବା ପରେ ମୃତକ ଙ୍କ ପରିବାର ଏବଂ ବାଙ୍କୀ ଥାନା କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳ ରେ ପହଞ୍ଚିଥିବା ବେଳେ ବାଙ୍କୀ ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଞ୍ଚି ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ର ସହାୟତା ପୋଲିସ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି । ଅପର ପଟେ ଘଟଣା ର ପାରିପାର୍ଶିକ ଅବସ୍ଥା କୁ ଦେଖି ଏହା ଏକ ସୁ ଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଆଣିଛନ୍ତି ସଙ୍ଗିନ ଅଭିଯୋଗ । ମୃତକ ଜଣକ ହେଉଛନ୍ତି ବାଙ୍କୀ ସାହାଡ଼ାପଦା ଗ୍ରାମର ବାବୁଲି ବେହେରା ଓ ମା ରଞ୍ଜୁ ବେହେରା ଙ୍କ ଏକ ମାତ୍ର ପୁଅ ଅନିଲ ବେହେରା |ସୂଚନା ଅନୁଯାୟୀ ଅନିଲ ବେହେରା ପେସା ରେ ଜଣେ ସେନ୍ଟ୍ରିଙ୍ଗ ମିସ୍ତ୍ରୀ ଭାବେ ବାଙ୍କୀ ଅଞ୍ଚଳ ରେ କାମ କରୁଥିଲେ |ଏବଂ କିଛି ଦିନ ହେବ ଅନିଲ ମା ରଞ୍ଜୁ ବେହେରା ଙ୍କ ସହ ନିକଟସ୍ତ ଗ୍ରାମ ଗୋପାଳ ପୁର ର ମାମୁଁ ଗଣେଶ୍ୱର ବେହେରା ଙ୍କ ଘରକୁ ବୁଲିବାକୁ ଯାଇ ସେଠାରେ ରହିଥିଲେ । ବାଙ୍କୀ ରେ ବୁଲୁଥିବା ସମୟରେ କିଛି ସ୍ଥାନୀୟ ଯୁବକ ଙ୍କ ସହ ତାଙ୍କର ବଚସା ବା କଳି ଝଗଡା ହୋଇଥିବା ମଧ୍ୟ କହିଛନ୍ତି ପରିବାର ଲୋକେ ।
କାଲି ପ୍ରାୟ ରାତି ଏଗାରଟା ସମୟରେ ଦୁଇ ଜଣ ଯୁବଙ୍କ ତାଙ୍କୁ ମାମୁଁ ଘର ଠାରୁ ଡାକି ଆଣି ଏକ ମୋଟର ସାଇକଲ ଯୋଗେ ସଙ୍ଗେ ସଙ୍ଗେ ଆସିବା କହି କେଉଁଆଡେ ନେଇଯାଇଥିଲେ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନିଲ ଘରକୁ ନ ଫେରିବାରୁ ତାଙ୍କୁ ରାତିରେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ପାଇନଥିଲେ ବୋଲି କହୁଛନ୍ତି ଅନିଲ ଙ୍କ ମାଇଁ ଜୟନ୍ତୀ ବେହେରା ଓ ପରିବାର ।
ଅପର ପଟେ ଅନିଲ ଙ୍କ ପରିବାର ତରଫରୁ ବାଙ୍କୀ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ମୋତେ ମୋ ପୁଅ ର ହତ୍ୟାର ନ୍ୟାୟ ମିଳୁ ବୋଲି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ଗୁହାରି କରିଛନ୍ତି ବାପା ବାବୁଲି ବେହେରା । ମର ଶରୀର କୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଚିକତ୍ସାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିଲା ପରେ ଅଧିକ ତଦନ୍ତ କରାଯିବ ବୋଲି ବାଙ୍କୀ ଥାନା ଅଧିକାରୀ  ସୌମେନ୍ଦୁ ଶେଖର ତ୍ରିପାଠୀ ।
    ପରିବାରର ଲୋକମାନେ ମୃତ୍ୟୁ ଦେହକୁ ଧରି ବାଙ୍କୀ ରୁ କଟକ ମୁଖ୍ୟରାସ୍ତାକୁ ନ୍ୟାୟ ପାଇଁ ଅବରୋଧ ହଟିଥିଲା । 

 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୯/୬/୨୦୨୩----୧୨,୨୦ Sakhigopal News,19/6/2023

Blog Archive

Popular Posts