Breaking News

ସରକାର ଙ୍କ ୫ଟି ଯୋଜନା ବରଗଡ଼ ରେ ଫେଲ ମାରିଲା, ଠିକାଦାର ମାଲାମାଲା



ବରଗଡ଼:-(ନବୀନ ଦାଶ)ଫେଲ ମାରିଛି ସରକାର ଙ୍କ ଫାଇବ ଟି ସ୍କୁଲ ଯୋଜନା।କେଉଁଠି ଫାଇବ୍ ଟି ସ୍କୁଲ ପାଣିରେ ଭାସୁଛି ତ ତିଆରି ନସରୁନୁ ଭୁଶୁଡ଼ି ପଡୁଛି ଘର । କେଉଁଠି ଗଛ କାଟି କାଟି ଫାଇବ ଟି ନୟାନ୍ତ  ହେଉଛି ତ କେଉଁଠି ତିଆରି ସମୟରେ ପିଲର ଗୁଡ଼ିକ ହଲୁଛି।ଯାହାର କିଞ୍ଚିତ ଉଦାହରଣ ସ୍ୱରୂପ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ଣାପଡ଼ା ପଞ୍ଚାୟତ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ କଡ ବରଗଡ଼ - ସମ୍ବଲପୁର ୱେ ରେ ରହିଛି ଦେବାହାଲ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ।ସରକାର ବାହାଦୂର ଛାତ୍ରଛାତ୍ରୀ ଙ୍କ ଉନ୍ନତି ସାଧନ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ଗୁଡ଼ିକୁ ଫାଇବ ଟି ଯୋଜନା ରେ ସାମିଲ କରିଛନ୍ତି। ଉକ୍ତ ବିଦ୍ୟାଳୟ ଗୁଡିକ ରୂପାନ୍ତରି କରଣ କାର୍ଯ୍ୟ ଜାରି ରଖିଥିବା ବେଳେ ଅତାବିରା ବ୍ଲକ ରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ଦ୍ଵାରା ନଡ଼ିଆ ବାଡେଇ ଫଟୋ ଉଠାଇ ଶୁଭ ଶିଳାନ୍ୟାସ କରି ଜେଇ ଠିକାଦାର ଓ ବିଡ଼ିଓ ଙ୍କ ମିଳି ଭଗତ ରେ ଫାଇବ ଟି ସ୍କୁଲ ର ରୂପାନ୍ତରିକରଣ କାର୍ଯ୍ୟ ଅତି ନିମ୍ନ ମାନର କାର୍ଯ୍ୟ କରାଯାଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି।  କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ବିପଦ ମୁଖ କୁ ଠେଲି ଅର୍ଥ ହରିଲୁଟ ହେଉଥିବା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଙ୍କ ସମେତ ସ୍କୁଲ କମିଟି ଅଭିଯୋଗ କରିଛନ୍ତି।ଏନେଇ ବ୍ଲକ ଜେଇ ଉଦ୍ ଗାଥା ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିବା ବେଳେ ପ୍ରତି ଉତ୍ତର ସ୍ୱରୂପ ଠିକାଦାର କୁ କଂକ୍ରିଟ ପିଲର୍ ଦେବା ପାଇଁ କହିଥିଲି ହେଲେ ସେଇ ବଙ୍ଗାଳୀ ଲେବର ମାନେ ଠିକ୍ କାମ କରୁନାହାନ୍ତି ବୋଲି କହନ୍ତି । ଠିକାଦାର କହନ୍ତି ଆମକୁ ଜେଇ ଯେଉଁ ଭଳିଆ କହିଛନ୍ତି ଆମେ ସେହି ଭଳିଆ କରୁଛୁ ବୋଲି କହିଥିବା ଫାଇବ ଟି ସ୍କୁଲ ର ସଭାପତି କହିଥିଲେ।ତେବେ ଏଠି ପ୍ରଶ୍ନ ଉଠୁଛି ଯେ କିଏ ସତ,କିଏ ମିଛ କାଦୁଅ ଫିଙ୍ଗାରେ ଫାଇବ ଟି ସ୍କୁଲର ରୂପାନ୍ତରି କରଣ କାର୍ଯ୍ୟ ବଙ୍ଗାଳୀ ମିସ୍ତ୍ରୀ ଙ୍କ ଭରସାରେ ଛାଡ଼ି ଦିଆଯାଉଥିବା ପିଲର୍ ଗୁଡ଼ିକ ହଳୁଛି ବୋଲି ଲୋକେ କହିବା ସହ ଆସନ୍ତା ଜୁନ ୨୬ରେ ରାଜ୍ୟର ବାହୁବଳୀ ତଥା ଫାଇବ ସଚିବ ଭିକେ ପାଣ୍ଡିଏନ୍ ଅତାବିରା କୁ ଆସୁଛନ୍ତି । ଅତାବିରା ରୁ ଅନତି ଦୂରରେ ରହିଛି ଦେବାହାଲ ସ୍କୁଲ। ଏହି ସ୍କୁଲ କୁ ଥରୁଟିଏ ଆସି ନିମ୍ନ ମାନର କାର୍ଯ୍ୟ ଗୁଡ଼ିକୁ ଦେଖିବା ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମାନେ। ସେହିପରି ଅନ୍ୟ ପଟେ ବ୍ଲକ ଅଧିକାରୀ ପ୍ରମୋଦ ମେହେର ବିରାଡ଼ି ବୈଷ୍ଣବ ସାଜି ସବୁ ଜାଣି ଶୁଣି ଠିକାଦାର ଭରଷା ରେ ଛାଡି ଦେଇ ଯେଉଁଠି ଜେଇ ନାହିଁ କି ଠିକାଦାର ନାହିଁ କେବଳ ବଙ୍ଗାଳୀ ମିସ୍ତ୍ରୀ ଭରଷା ରେ ଚାଲିଛି ସ୍ୱାର୍ଥରେ ଫାଇବ ଟି ସ୍କୁଲ ।
ବରଗଡ଼ ରୁ ନବୀନ ଦାଶଙ୍କ ରିପୋର୍ଟ,୧୬/୬/୨୦୨୩-----୧୧,୫୫ Sakhigopal News,11/6/2023

Blog Archive

Popular Posts