ଛାମୁଣ୍ଡା ଗ୍ରାମରେ ଚାଲିଥିବା ମା ବାଘ୍ର୍ୟାଦେବୀଙ୍କ ଯାତ୍ରା ଉଦଯାପିତ, ବାହୁଡିଲେ ମା ବାଘ୍ର୍ୟାଦେବୀ
ଭଞ୍ଜନଗର--ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ଛାମୁଣ୍ଡା ଗ୍ରାମ ରେ ଭଞ୍ଜରାଜା ଙ୍କ ଅମଳରୁ ନୀତିନିୟମ ଅନୁସାରେ ଆଦିଶକ୍ତି ମା ବ୍ୟାଘ୍ରଦେବୀ ଙ୍କୁ ଆଲିଙ୍ଗନ କରି ଅଣାଯାଇଥାଏ । ସେହିପରି ଏହି ବର୍ଷ ମଧ୍ୟ ଭଞ୍ଜନଗର ଯାତ୍ରା ପରେ ଛାମୁଣ୍ଡା ଗ୍ରାମ କୁ ଆଦିଶକ୍ତି ମା ବ୍ୟାଘ୍ରଦେବୀ ଙ୍କୁ ଆଲିଙ୍ଗନ କରି ଅଣାଯାଇଥିଲା । ଗତକାଲି ଅନ୍ତିମ ଦିବସ ମା ଙ୍କ ବାହୁଡା଼ ଦର୍ଶନ ପାଇଁ ହଜାର ହଜାର ଲୋକ ଙ୍କ ସମାଗମ ହୋଇଥିଲା । ମା ଙ୍କ ଆଗମନ ବିଭିନ୍ନ ପଟୁଆର ସାଙ୍ଗକୁ ବିଭିନ୍ନ ସାହିରେ କଳାକୁଞ୍ଜ ଓ ଆକର୍ଷଣୀୟ ତୋରଣ , ରଂଗୀନ ଆଲୋକ ମାଳା ଅଧିକ ଆକୃଷ୍ଟ କରିଥିଲା । ରାମ ଦୋଳି ଓ ବ୍ରେକ୍ ଡ୍ୟାନ୍ସରେ ବସି ମଧ୍ୟ ରାତ୍ରି ପ୍ରଯ୍ୟନ୍ତ ମଜା ନେଉଥିଲେ ଲୋକମାନେ । ଉକ୍ତ ବାହୁଡା଼ ଦର୍ଶନ ସମୟ ରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଓ ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ବିପ୍ର ଚରଣ ବାରିକ,ଛାମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ପାତ୍ର, ଦୁର୍ଗା ପ୍ରସାଦ ରଥ, ସୁଶାନ୍ତ କୁମାର ଗୌଡ଼, ବିଜୟ କୁମାର ଗୌଡ଼, ବିଭୁତି ଦଳବେହେରା, ବି.ଡିପୁର ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ, ପୂର୍ବତନ ସମିତି ସଭ୍ୟ ଅମିର କୁମାର ସ୍ୱାଇଁ,କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଦେବାଶିଷ ଗୌଡ଼, ମଧୁସୁଦନ କର ପ୍ରମୁଖ ମା ବ୍ୟାଘ୍ରଦେବୀ ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ପରେ ମା ବ୍ୟାଘ୍ରଦେବୀ ସାମ୍ନାରେ ଦୁଇ ଥଳ ପୌରାଣିକ ରାମାୟଣ ନାଟକ ପରିବେଷଣ କୁ କିଛି ସମୟ ଉପଭୋଗ କରିଥିଲେ । ପରିଶେଷରେ ସାଂସଦଙ୍କ ପ୍ରତିନିଧି ଏହି ଭଳି ଧାର୍ମିକ ଓ ଅଧ୍ୟାର୍ମିକ କାର୍ଯ୍ୟାକ୍ରମ ନିଷ୍ଠାପର ସହ କରିଥିବାରୁ ଗ୍ରାମବାସୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୬/୨୦୨୪----୯,୧୦ Sakhigopal News,18/6/2023