ମୋଦିଜୀ ଙ୍କ ସ୍ୱଛ ଶାସନର ଅବସରରେ ବିଜେପିର ଜନସମ୍ପର୍କ କାର୍ଯ୍ୟକ୍ରମ
କନ୍ଧମାଳ ----- ମୋଦିଜୀ ଙ୍କ ସ୍ୱଛ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପି ବିଜେପିର ମହା ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ କ ନୂଆଗାଁ ମଣ୍ଡଳ ବାଲିଗାଡା ଶକ୍ତିକେନ୍ଦ୍ର ଜିଡ଼ୁବାଡ଼ି ଠାରେ କ, ନୂଆଗାଁ ମଣ୍ଡଳ ସଭାପତି ଲାମ୍ବୁରା ପ୍ରଧାନଙ୍କ ନେତୃତ୍ୱରେ ଏହି ଜନସାମ୍ପର୍କ ଏବଂ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ବାଲିଗାଡା ସରପଞ୍ଚ ଶ୍ରୀମତୀ କନକ ଲତା ପ୍ରଧାନ, ଜିଲ୍ଲା ST ମୋର୍ଚ୍ଚା ସଭାପତି ବିସିକେଶନ ପ୍ରଧାନ, ଜିଲ୍ଲା କୋଷାଧକ୍ଷ ବିଜୟ ସାହୁ, ଜିଲ୍ଲା ସ୍ୱଛ ଭରତ ସଂଯୋଜୀକା କଳ୍ପନା କହଁର, ବରିଷ୍ଠ ନେତା ଦିଗାମ୍ବର ପାଣିଗ୍ରାହୀ, ସୁରେନ୍ଦ୍ର ପାତ୍ର, ଦିବାକର ସାହୁ, ଆଦିକନ୍ଦ ପଟ୍ଟନାୟକ, ସୁଭାଶିଷ ମିଶ୍ର, ବିଜୟ ପ୍ରଧାନ, ଉଦ୍ଧବ ଦିଗାଳ, ଅରୂପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୮/୬/୨୦୨୩---୯,୨୦ Sakhigopal News,18/6/2023