Breaking News

ଝିଅ ସହ ନିଜେ ବିଷପିଇ ମହିଳାଙ୍କ ଆତ୍ମହତ୍ୟା



ଭଞ୍ଜନଗର - ପ୍ରଥମେ ଦୁଇ ବର୍ଷର ଝିଅ କୁ ବିଷ ଦେଇ, ନିଜେ ବିଷପିଇ ଆତ୍ମହତ୍ୟା କଲେ ମହିଳା । 
ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ ଘଟିଛି ଏଭଳି ଘଟଣା  । ସେମାନେ ହେଲେ  ପୋଚାଲୁଣ୍ଡି ଗ୍ରାମର କୃଷ୍ଣ ବିଷୋୟୀ ଙ୍କ ସ୍ତ୍ରୀ ସୁଜ୍ଞାନୀ ବିଷୋୟୀ ଏବଂ ତାଙ୍କ ଝିଅ ନିଶା ବିଷୋୟୀ (୨) ।ଖବର ନେବାରେ ଜଣାପଡିଛି , ପ୍ରଥମେ ଝିଅକୁ ବିଷ ପିଆଇବା ପରେ ନିଜେ ସୁଜ୍ଞାନୀ ବିଷ ପିଇ ଗୁରୁତର ହୋଇଥିଲେ । ପରିବାର ଲୋକେ ଏହି ଘଟଣା ଜାଣିବା ପରେ ,  ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୁଗୁଡ଼ା  ଏବଂ ପରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଝିଅକୁ ମୃତ୍ୟୁ ଘୋଷଣା କରିଥିବା ବେଳେ , ସୁଜ୍ଞାନୀ ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହୁପୁର ବଡଡାକ୍ତରଖାନାକୁ ପଠାଇଥିଲେ । ତେବେ ନେବା  ରାସ୍ତାରେ  ଅଧିକ ଗୁରୁତର ହେବାରୁ , ପୁଣି ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।    ଭଞ୍ଜନଗର ଓ ଆସିକା ପୁଲିସ ଖବର ପାଇ ଊଭୟ ଡାକ୍ତରଖାନାରେ ପହଞ୍ଚି ,  ମା ଓ ଝିଅର ମୃତଦେହ ଜବତ କରିବା ସହ ତଦନ୍ତ କରି ବ୍ୟବଛେଦ ପଠାଇଥିଲେ । ଏହାକୁ ନେଇ ଆସିକା ଓ ଭଞ୍ଜନଗର ଥାନାରେ ୨ ଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୬/୨୦୨୩---୮,୨୦ Sakhigopal News,26/6/2023

Blog Archive

Popular Posts