ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଟଣୀ -- ସରକାରୀ ଉଚ୍ଚ ବିଦ୍ୟାଳୟ କୁସମାଟି ଛଣଘର କ୍ଳଷ୍ଟରର କ୍ଳଷ୍ଟର ସ୍ତରୀୟ ଜନ ଭାଗିଦାରୀ ତଥା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ରଶ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ଗଙ୍ଗପଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି।ଏହି ପରପ୍ରେକ୍ଷୀରେ କ୍ଳଷ୍ଟ୍ରରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ ,ପ୍ରଥମ,ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ , ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ।ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଳ୍ପ କଥନ ଓ କବିତା ଆବୃତି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଲକ୍ଷ୍ୟକୁ ହାସଲ କରିବା ନିମିତ୍ତ ସାମୁହିକ ଶପଥ ପାଠ କରାଯାଇଥିଲା। ଶ୍ରୀମତୀ ତପତି ପାଇକରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଦିଲ୍ଲୀପ ନରେନ୍ଦ୍ର,ଅଜୟ ବେହେରା,ସଂଯୁକ୍ତା ସାହୁ,ମମତା ଦେଇ,ଜୟନ୍ତୀ ସାହୁ,ମନୋରମା ବଳିୟାର ସିଂ,ସସ୍ମିତା ସ୍ୱାଇଁ,ସୁରମା ମାଝୀ।ପରିଚାଳନା କମିଟିର ସଭାପତି ସୁଧାଂଶୁ ଶେଖର ମହାରଣା ।ପରିଶେଷରେ ଶ୍ରୀମତୀ ସୃତିନ୍ଦୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୬/୨୦୨୩----୯,୨୫ Sakhigopal News,10/6/2023