ମା’ଚର୍ଚ୍ଚିକା କୃଷି ଉତ୍ପାଦକ ସଂଗଠନର ଚାଷୀ ସମ୍ମିଳନୀ ଅନୁଷ୍ଠିତ
ବାଙ୍କୀ----- ମା’ଚର୍ଚ୍ଚିକା କୃଷି ଉତ୍ପାଦକ ସଂଗଠନର ଏକ ଚାଷୀ ସମ୍ମିଳନୀ ବାଙ୍କୀ ବ୍ଲକ ଗୋଳାଗଣ୍ଡ ଗ୍ରାମ ପଞ୍ଚାୟତ ସାତଖଣ୍ଡ ଚଣ୍ଡି ଠାକୁରାଣୀଙ୍କ ପୀଠରେ ରଜ ମିଳନ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସଂଗଠନର ସଭାପତି ଅଜୟ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଲାଇଭଲି ହୁଡ୍ ଅଲ୍ଟରନେଟିଭ୍ ଅଧ୍ୟକ୍ଷ ସମ୍ବିତ ତ୍ରିପାଠୀ, ସମ୍ମାନୀତ ଅତିଥି ସତଦ୍ରୁଦି ଗ୍ରୁପ୍ର ଜଗମୋହନ ରାଉତ, ଡକ୍ଟର ଲଳିତ ମୋହନ ନାୟକ, ସମାଜସେବୀ କମଳାକାନ୍ତ ପ୍ରହରାଜ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଚାଷୀମାନେ ଯୋଗଦାନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ସିଦ୍ଧେଶ୍ୱର ପାଇକରାୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରାଯାଇଥିଲା । କୃଷି ଓ କୃଷକର ଉନ୍ନତି ଏବଂ ଚାଷର ବିକାଶ ପାଇଁ ରାସାୟନିକ ସାର ପରିବର୍ତ୍ତେ ଜୈବୀକ କୃଷିକୁ ଆପଣେଇ ଅଧିକ ଲାଭବାନ ହେବା ପାଇଁ ଅନୁଷ୍ଠାନ ତରଫରୁ ଚାଷୀମାନଙ୍କୁ ସଚେତନ କରାଯାଇଥିଲା । ପ୍ରତ୍ୟେକ ଜନସାଧାରଣଙ୍କ ଉନ୍ନତି ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଭାରତ ପ୍ରଧାନମନ୍ତ୍ରୀ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ଗ୍ରାମାଞ୍ଚଳରେ କେବଳ ଚାଷୀମାନେ ଅଧିକରୁ ଅଧିକ ଲାଭବାନ ହୋଇପାରିବେ ତାହାର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ଭାରତର ରାଷ୍ଟ୍ରପତି ଏହି ପ୍ରସ୍ତାବରେ ମୋହର ମାରିଛନ୍ତି । ରାସାୟନିକ ସାର ଅପେକ୍ଷା ଜୈବୀକ ସାର ବ୍ୟବହାର ଦ୍ୱାରା ଚାଷୀର ଉନ୍ନତି ସହିତ ପ୍ରତ୍ୟେକ ପରିବାର ନିରୋଗୀ ହୋଇ ପାରିବେ ବୋଲି ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୃଷି ସଂଗଠନର ମୁଖ୍ୟ ନିର୍ଦ୍ଦେଶକ ଅଜୟ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଚାଷୀ ଗୋଳାଗଣ୍ଡ ଗ୍ରାମ ପଂଚାୟତର ରତ୍ନାକର ବାରିକ ଓ ବଳଭଦ୍ରପୁର ଗ୍ରାମ ପଂଚାୟତର ରତ୍ନାକର ସାହୁଙ୍କୁ ସଂଗଠନ ପକ୍ଷରୁ ବରିଷ୍ଠ ଚାଷୀଭାବେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଦନମୋହନ ରାଉତ, ସୁଧୀର ଚନ୍ଦ୍ର ନାୟକ, ଚନ୍ଦନ କୁମାର ନାୟକ, ସିଦ୍ଧେଶ୍ୱର ପାଇକରାୟଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦିଲ୍ଲୀରୁ ଆସିଥିବା କୃଷି ଗବେଷକମାନେ ଚଣ୍ଡୀଛକରେ ଥିବା ମା’ଚର୍ଚ୍ଚିକା କୃଷି ଉତ୍ପାଦନ କମ୍ପାନୀର ସାର ଦୋକାନ ପରିଦର୍ଶନ କରିବା ସହିତ ସ୍ଥାନୀୟ ଚାଷୀମାନଙ୍କର ବିଲକୁ ଯାଇ ଫସଲ ପରିଦର୍ଶନ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୮/୬/୨୦୨୩-----୯,୫୦ Sakhigopal News,18/6/2023