ଆର୍ ଟି ଆଇ ରେ ତଥ୍ୟ ମାଗିବାରୁ ହତ୍ୟା ଧମକ
ଓଡ଼ଗାଁ:- ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ପାଣ୍ଡେରିପଡା ପଞ୍ଚାୟତ ର ପାଣ୍ଡେରିପଡା ଗ୍ରାମର ଆର୍ ଟି ଆଇରେ ତଥ୍ୟ ମାଗିବାରୁ ଦୁଇ ବ୍ୟକ୍ତିଙ୍କୁ ହତ୍ଯା ଧମକ ଦିଆଯାଇଥିବା ଥାନା ରେ ଅଭିଯୋଗ ହୋଇଛି। ପାଣ୍ଡେରିପଡା ଗ୍ରାମର ଭରତ ପରିଡ଼ା ଓ ପ୍ରଦୀପ୍ ପରିଡ଼ା କୌଣସି ଏକ ବିଷୟରେ ଆର୍ ଟି ଆଇ ତଥ୍ୟ ମାଗିଥିଲେ । ସେହି ଗ୍ରାମର ଅଶୋକ ପ୍ରଧାନ ଏହି ଦୁଇ ବ୍ୟକ୍ତିଙ୍କୁ ଲୋକ ଲଗେଇ ହତ୍ୟା ଧମକ ଦେଉଥିବା ନିଜେ ଭରତ ପରିଡ଼ା ଓ ପ୍ରଦୀପ ପରିଡ଼ା ଆଜି ଓଡ଼ଗାଁ ଆଦର୍ଶ ଥାନା ରେ ଲିଖିତ ଅଭିଯୋଗ କରଛନ୍ତି। ଏମିତିକି ଗାଡି ଚଢେଇ ବା ଜୀବନରୁ ମାରିଦେବାକୁ କହୁଥିବା ମଧ୍ଯ ଅଭିଯୋଗ କରଛନ୍ତି। ଓଡ଼ଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ,୧୬/୬/୨୦୨୩----୮,୪୫ Sakhigopal News,16/6/2023