Breaking News

ବଡ ଦାଣ୍ଡରେ "ମୋ ପରିବାର "ତରଫରୁ କୁନି କୁନି ପିଲାଙ୍କୁ ଗଞ୍ଜି ଓ ବିସ୍କୁଟ ବଣ୍ଟନ



ଜଟଣୀ --ବୁଧବାର ବାହୁଡା଼ ଯାତ୍ରା ରେ ମହା ପ୍ରଭୁଙ୍କ ଦର୍ଶନ ପାଇଁ  ପୁରୀରେ ଲକ୍ଷ୍ ଲକ୍ଷ୍ ଲୋକଙ୍କର ସମାଗମ ହୋଇଥିଲା l ପୁରୀରେ ବହୁ ସାମାଜିକ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ମାନେ ରଥଯାତ୍ରା ଏବଂ ବାହୁଡା଼ରେ ଅନେକ ଯାଗାରେ ସେବା କରୁଥିବାର ଦେଖିବାକୁ ମିଳିଥିଲା l ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରିବାର ଦେଖିବାକୁ ମିଳିଥାଏ କିନ୍ତୁ ଆଜି ନିଆରା ରୂପରେ ସେବା କରିଥିଲେ ଜଟଣୀରେ ନୂଆ କରି ଗଢି ଉଠିଥିବା ସାମାଜିକ ଅନୁଷ୍ଠାନ "ମୋ ପରିବାର"। ଅନୁଷ୍ଠାନ ର ପ୍ରତିଷ୍ଠାତା ଆଇନୀଜୀବୀ,ସାମ୍ବାଦିକ ଶୁଭେନ୍ଦ୍ର କୁମାର ଶତପଥୀଙ୍କ ଧର୍ମପତ୍ନୀ ସମାଜସେବୀ ଜ୍ୟୋତ୍ସ୍ନା ରାଣୀ ମିଶ୍ର ବାହୁଡା଼ରେ ଶରଧା ବାଲିରେ କୁନି କୁନି ପିଲା ମାନଙ୍କୁ ନୂଆ ଗଞ୍ଜି ଏବଂ ବିସ୍କୁଟ ବାଣ୍ଟି ଥିଲେ l ଉକ୍ତ ସ୍ଥାନ କୁ ମା ବାପାଙ୍କ ସହିତ ପିଲାମାନେ ବହୁ ଖୁସୀରେ ଆସି ନେଇଥିଲେ l ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  ପୁରୁଷୋତ୍ତମ ମହାରଣା,ପ୍ରତ୍ୟୁଷ ରଥ ଏବଂ ଯୋଗେଶ୍ୱର ତ୍ରିପାଠୀ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୬/୨୦୨୩---୮,୪୫ Sakhigopal News,28/6/2023

Blog Archive

Popular Posts