ବ୍ଲକ ସ୍ତରୀୟ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ସମ୍ଭନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଜଟଣୀ --ସ୍ଥାନୀୟ ସୁଶୀଳାଦେବୀ ପ୍ରଗତି ବିଦ୍ୟା ପୀଠ ବାଛରା ଠାରେ ବ୍ଲକସ୍ତରୀୟ ପାଚିକା ତଥା ସହାୟିକା ମାନଙ୍କ ପାଇଁ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ସମ୍ଭନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ଜଟଣୀ ବ୍ଲକ ଶିକ୍ଷା ଅଧିକାରିଣୀ ରଶ୍ମିବାଳା ପରିଡା ଶୁଭ ଉଦଘାଟନ କରିଥିଲେ l ଏଥିରେ ଜଟଣୀ ବ୍ଲକ ଅନ୍ତର୍ଗତ ହାଟ ବଜାର, ରାଜା ବଜାର ଏବଂ ରାଧା ଚରଣ ପୁର ଏହି ତିନୋଟି କ୍ଲଷ୍ଟର ଅଧୀନରେ ଥିବା 64 ଜଣ ପାଚିକା ସହାୟିକା ମାନେ ଯୋଗ ଦେଇଥିଲେ l ଏହି ଶିବିରରେ ଅଭିଜ୍ଞ ଶିକ୍ଷୟତ୍ରୀ ମୌସମୀ ଦଳ ବେହେରା ଏବଂ ରଶ୍ମିତା ନାୟକ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଖାଦ୍ୟ ପ୍ରସ୍ତୁତି ଆଗରୁ ଖାଦ୍ୟକୁ କାଟି ପରିଷ୍କାର ପାତ୍ରରେ ରଖିବା, କଟା ପରିବାକୁ ଭଲ ଭାବରେ ପରିଷ୍କାର ପାଣିରେ ଧୋଇବା ସଂଗେ ସଂଗେ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ଏବଂ ପିଲାଙ୍କ ପାଖରେ କିଭଳି ଶୁସମ ଖାଦ୍ୟ ପହଂଚିପାରିବ ଏଭଳି ଅନେକ କିଛି ପ୍ରଶିକ୍ଷଣ ଦିଆଯାଇଥିଲା l ଶେଷରେ ପ୍ରଶିକ୍ଷଣ ପାଚିକା ସହାୟିକା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି ଶିବିରକୁ ସିଆରସିସି ମାନଗୋବିନ୍ଦ ସାହୁ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୬/୨୦୨୩----୯,୫୫ Sakhigopal News,9/6/2023