Breaking News

କିଛି ଦିନ ର ନୀରବତା ପରେ ପୁଣି ପୋଷ୍ଟର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀ


କନ୍ଧମାଳ  ---- କିଛି ଦିନ ର ନୀରବତା ପରେ ପୁଣି ପୋଷ୍ଟର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀ l ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତ ର କାମ୍ବେରିକିଆ ଛକ ନିକଟରେ ଏକାଧିକ ଗଛ ରେ ରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି l ଭାରତୀୟ କମୁନିଷ୍ଟ ପାର୍ଟି ମାଓବାଦୀ ଙ୍କ kkbn ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଛି ।  ଆସନ୍ତା ଜୁନ 25 ତାରିଖ ରେ 4 ଜିଲ୍ଲା କୁ ବନ୍ଦ ଡାକରା ଦେଇଛି ଲାଲ ବାହିନୀ l ଜୁନ 25 ତାରିଖ ରେ କଳାହାଣ୍ଡି ,କନ୍ଧମାଳ, ବୌଦ୍ଧ ଓ ନୟାଗଡ ଚାରି ଜିଲ୍ଲା ରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି kkbn ଡିଭିଜନାଲ କମିଟି l କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଥାନା ଟ୍ରାପରିଙ୍ଗ ରେ ହୋଇଥିବା ମିଥ୍ୟା ଏନକାଉଣ୍ଟର ଓ ପୋଲିସ ଦମନ ବିରୋଧ ରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ପୋଷ୍ଟର ରେ ଉଲେଖ ରହିଛି l ଟ୍ରାପରିଙ୍ଗ ଏନକାଉଣ୍ଟର ରେ ଶହୀଦ 3 କମ୍ରେଡ ଲଳିତ, ରିତୁ ଓ ସନ୍ଦେଶ ଙ୍କୁ ଲାଲ ବାହିନୀ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ସେମାନଙ୍କ ବଳିଦାନ ବ୍ୟର୍ଥ ଜୀବ ନାହିଁ କହିଛି kkbn ମାଓବାଦୀ ସଂଗଠନ l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୪/୬/୨୦୨୪----୪,୧୦ Sakhigopal News,24/6/2023

Blog Archive

Popular Posts