ଅବ୍ୟବସ୍ଥା ଘେରରେ ବାଉଁଶଗାଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ; ଛାତରୁ ଖସୁଛି ସିଲିଂ
ଓଡ଼ଗାଁ ---- ଓଡ଼ଗାଁ ବ୍ଳକ ଅଧିନ ବାଉଁଶଗାଡିଆ ପ୍ରାଥମିକ ବିଦ୍ୟାଳୟ ର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ସମୁଦାୟ ୮୫ଜଣ ଛାତ୍ରଛାତ୍ରୀ ଅଧ୍ଯୟନ କରୁଥିବା ବେଳେ ସମୁଦାୟ ୩ଗୋଟି ଶ୍ରେଣୀଗୃହ ରହିଛି। ସେଥିରୁ ୨ଟି ଶ୍ରେଣୀଗୃହର ଛାତର ସିଲିଂ ଖସିବା ସହ ଓହଳି ରହିଥିବା ବେଳେ ପ୍ରଧାନଶିକ୍ଷକଙ୍କ ଅଫିସର ମଧ୍ଯ ସମାନ ଅବସ୍ଥା। ଏହା କେତେବେଳେ ଯେ ତଳକୁ ଖସିବ କହିବା ଅସମ୍ଭବ। ସେପଟେ ଶ୍ରେଣୀଗୃହ ର ଝରକା ମଧ୍ଯ ଉଇ ଖାଇଯାଇଛି। କାନ୍ଥ ରୁ ପ୍ଳାଷ୍ଟର ଖସି ଏହା ପ୍ରାୟ ଧ୍ୱଂସାବଶେଷ। ତେଣୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଆତଙ୍କିତ ହୋଇ ସ୍କୁଲ ବାରଣ୍ଡାରେ ପାଠ ପଢୁଥିବା କହିଛନ୍ତି। ବିଦ୍ୟାଳୟର କାନ୍ଥରେ ଶିଉଳି ଲାଗି ଅପରିଷ୍କାର ବାତାବରଣ ହୋଇ ରହିଛି। ବିଦ୍ୟାଳୟରେ ପାଚେରୀ ସୁରକ୍ଷିତ ନଥିବାରୁ ବିଭିନ୍ନ ଅସାମାଜିକ ବ୍ୟକ୍ତିବିଶେଷ ବିଦ୍ୟାଳୟ ମଧ୍ଯରେ ପ୍ରବେଶ କରିବା ସହ ମଦ୍ଯପାନ ମଧ୍ଯ କରୁଛନ୍ତି। ଏବଂ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାକୁ ମଧ୍ଯ ପ୍ରତିବନ୍ଧକ ସ୍ରୁଷ୍ଟି କରୁଛି। ତେବେ ଅତ୍ୟଧିକ ବର୍ଷା ହେଲେ ୨ଟି ଶ୍ରେଣୀଗୃହ ଛାତରୁ ପାଣି ଗଳି ଶ୍ରେଣୀଗୃହ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଉଛି। ଏହାସହ ଛାତରୁ ସିଲିଂ ଖସିବା ଓ କାନ୍ଥ ଭୁଷୁଡିବାର ସନ୍ଦେହକୁ ମଧ୍ଯ ଏଡେଇ ଦିଆଯାଇନପାରେ।
ତେବେ ଏନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁର୍ଯ୍ୟୋଧନ ମହାରଣା କୁହନ୍ତି " ଏ ସମସ୍ୟା ସମ୍ପର୍କରେ ବାରମ୍ବାର ସ୍ଥାନୀୟ ବିଧାୟକ ଡ. ଅରୁଣ ସାହୁ, ସ୍ଥାନୀୟ ଚେୟାରମ୍ୟାନ ଲୋକନାଥ ସାହୁ, ବିଡିଓ, ଙ୍କୁ ଅବଗତ କରାଇବା ସହ ଜିଲ୍ଲପାଳଙ୍କ ଜନ ଅଭିଯୋଗ ଶୁଣାଣି ରେ ମଧ୍ଯ ଏ ସବୁ ଜଣାଇଥିଲେ ମଧ୍ଯ ଫଳ ଶୂନ୍ଯ। ତେବେ ଆଗାମୀ ଦିନରେ ଯଦି ପ୍ରଶାସନ କିମ୍ବା ନେତା ଏ ସମସ୍ୟା ବିଷୟରେ ଧ୍ଯାନ ନଦିଅନ୍ତି ତେବେ ବାଧ୍ଯ ହୋଇ ଛାତ୍ରଛାତ୍ରୀ, ଅଭିଭାବକ ଓ କମିଟି ସଦସ୍ଯ ବିଦ୍ୟାଳୟ ଫାଟକରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ ,୨୩/୬/୨୩---୮,୪୫ Sakhigopal News,23/6/2023
ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ ,୨୩/୬/୨୩---୮,୪୫ Sakhigopal News,23/6/2023