ପୁଣି ଅଲୋଡ଼ା ହେଲେ ନବଜାତ ଶିଶୁକନ୍ୟା
କନ୍ଧମାଳ ---- ଶିଶୁ କନ୍ୟା ଜନ୍ମ ପରେ ରାସ୍ତା କଡରେ ଫିଙ୍ଗିଦେଇ ଚାଲିଗଲା ଜନ୍ମଦାତ୍ରୀ ମା l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଅଞ୍ଚଳରେ l ମହାସିଙ୍ଗ ପଞ୍ଚାୟତର ମୋଡେଲ ସ୍କୁଲ ନିକଟରେ ଥିବା ରାସ୍ତା କଡରେ ଏକ ଗଛ ମୂଳେ ଦୁଇ ଜଣ ନବଜାତ ଶିଶୁକନ୍ୟା କୁ ଉଦ୍ଧାର କରାଯାଇଛି l ଏହି ରାସ୍ତା ରେ ଯାଉଥିବା ଜଣେ ଅଟୋ ଡ୍ରାଇଭର ଶିଶୁ କାନ୍ଦୁଥିବା ଶୁଣି ଚାଇଲଡ ଲାଇନ କୁ ଖବର ଦେଇଥିଲେ l ଖବର ମୁତାବକ କ. ନୂଆଗାଁ ସିଡ଼ିପିଓ ଦ୍ରୌପଦୀ କଂହର ଙ୍କ ସମେତ ଏକ ଟିମ ଦୁଇ ଶିଶୁ କନ୍ୟା କୁ ଉଦ୍ଧାର କରି କ. ନୂଆଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରେଇଛନ୍ତି l ବର୍ତମାନ ଦୁଇ ଉଦ୍ଧାର ନବଜାତ କନ୍ୟା ଙ୍କ ଚିକିତ୍ସା ଚାଲିଛି l ପ୍ରାଥମିକ ସ୍ତରରେ ଉଦ୍ଧାର ନବଜାତ ଶିଶୁକନ୍ୟା ଯାଆଁଳା ହୋଇଥିବା ଜଣାପଡିଛି l ଉଦ୍ଧାର ଶିଶୁ କନ୍ୟା ଙ୍କ ଓଜନ ଜଣଙ୍କ 2କେଜି 400 ଥିବା ବେଳେ ଅନ୍ୟ ଜଣଙ୍କ 1କେଜି 900 ଗ୍ରାମ ହୋଇଥିବା ମେଡିକାଲ ଅଫିସର ଅମିତ କୁମାର ବେହେରା କହିଛନ୍ତି l ତେବେ କିଏ କାହିଁକି ଓ କେଉଁ ପରିସ୍ଥିତି ରେ ଦୁଇ ନବଜାତ କନ୍ୟା କୁ ଛାଡିଦେଇଗଲା ତାହା ସ୍ପଷ୍ଟ ହୋଇପାରିନାହିଁ l କ. ନୂଆଗାଁ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୬/୬/୨୦୨୩---୮,୩୫ Sakhigopal News, 26/6/2023