Breaking News

ଅବ୍ୟବସ୍ଥାରେ ଘେରରେ ସୂଚନା ଓ ଲୋକ ସମ୍ପର୍କ କାର୍ଯାଳୟ ;କାର୍ଯ୍ୟାଳୟକୁ ଯିବାକୁ ନାହିଁ ରାସ୍ତା




ବାଲିଗୁଡ଼ା: ଅବ୍ୟବସ୍ଥାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ । ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ  । କିନ୍ତୁ ଦୀର୍ଘ ବର୍ଷ ହେବ ଅବହେଳିତ ହୋଇ ପଡ଼ିରହିଛି କାର୍ଯ୍ୟାଳୟ । କାର୍ଯ୍ୟାଳୟଟି ରାସ୍ତାରୁ ପ୍ରାୟ ୩୦ଫୁଟ ଉଚ୍ଚ ଏକ ଉଚ୍ଚ ସ୍ଥାନରେ ଥିବା ବେଳେ କାର୍ଯ୍ୟାଳୟକୁ ଯିବା ପାଇଁ ଏଯାବତ୍ ରାସ୍ତାଟିଏ ହୋଇପାରିନାହିଁ । ଫଳରେ ଏଠାରେ ଥିବା ପାଠାଗାରକୁ ଦୈନନ୍ଦିନ ଆସୁଥିବା ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ବିପଦପୂର୍ଣ୍ଣ ଅବସ୍ଥାରେ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି । କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ମହାବିଦ୍ୟାଳୟ ଅଛି । କିନ୍ତୁ  ଛାତ୍ରଛାତ୍ରୀ ମାନେ ଏହି ପାଠାଗାରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ପାଠାଗାରରେ ପାଠକ ମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ନାହିଁ । କାର୍ଯ୍ୟାଳୟ ନିକଟରେ ଏକ ପରିତ୍ୟକ୍ତ ଲାଟିନ୍ ଟାଙ୍କି ଖୋଲା ଅବସ୍ଥାରେ ରହିଛି ।
ଯେକୌଣସି ସମୟରେ ମଧ୍ୟ କିଛି ଅଘଟଣ ଘଟିବ। ଏ କଥାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ସେପଟେ କାର୍ଯ୍ୟାଳୟ ସମ୍ମୁଖ ଓ କଡ଼ରେ ଗଛ,ଲଟାବୁଦା ଭରିରହିବା ସହ ରାସ୍ତା କଡ଼ରେ ମଦ ବୋତଲ ଗୁଡ଼ିକ ମଧ୍ୟ ପଡ଼ିରହିଥିବା ଦେଖିବାକୁ ମିଳିଛି । ରାତି ହେଲେ ଏକ ପ୍ରକାର ମଦ୍ୟପ ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି କାର୍ଯ୍ୟାଳୟ ପରିସର । ଗୋଟିଏ ପଟେ ରାସ୍ତା ନଥିବା ବେଳେ କାର୍ଯ୍ୟାଳୟ ଚାରିପଟେ ପାଚେରୀ ନଥିବା ସହ ଆଲୋକୀକରଣର ବ୍ୟବସ୍ଥା ନଥିବାରୁ ଯୋଗୁଁ ଏଭଳି ଘଟଣା ଘଟୁଥିବା ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ, ୨୪/୬/୨୦୨୩---୧୨,୧୦ Sakhigopal News,24/6/2023

Blog Archive

Popular Posts