Breaking News

ଆନ୍ତର୍ଜାତୀୟ ନିଶା ଚୋରା ଚାଲାଣ ଓ ନିଶା ସେବନ ନିଷେଧ ଦିବସ ପାଳିତ



ଭଞ୍ଜନଗର--ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ  ଥାନା ଆନୁକୂଲ୍ୟରେ  ଆନ୍ତର୍ଜାତୀୟ ନିଶା ଚୋରା  ଚାଲାଣ  ଓ ନିଶା ସେବନ  ନିଷେଧ ଦିବସ ପାଳିତ ହୋଇଯାଇଛି । ଜନସାଧାରଣ ଙ୍କୁ ସଚେତନ କରାଇବା ନିମନ୍ତେ ପ୍ରଥ ପ୍ରାନ୍ତ ନାଟକ ଏବଂ ପ୍ଲାକାର୍ଡ ମାଧ୍ୟମରେ ସଚେତନ ସୃଷ୍ଟି କରିବା ପାଇଁ ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ବୁଗୁଡ଼ା  ଉପ ଶାଖା କୁ ନେଇ ଆୟୋଜନ କରାଯାଇ ଥିଲା l ମୁଖ୍ୟ ଅତିଥି ରୂପେ  ପ୍ରିୟଦର୍ଶିନୀ ଆଚାରୀ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷ ଯୋଗ ଦେଇ ନିଶା ଠାରୁ ଦୁରାଇ ଈଶ୍ୱରୀୟ ନସା ରେ ରହିବା କୁ କହିଥିଲେ l ସମ୍ନାନୀୟ ଅତିଥି ରୂପେ ବୁଗୁଡ଼ା ଥାନା  ଏସଆଇ ବିନାୟକ  ଏବଂ ସହକର୍ମୀ ମାନେ ଯୋଗ ଦେଇଥିଲେ l ରାଲି, ପ୍ରଥ ପ୍ରାନ୍ତ ନାଟକ ଆଦି ବିକେ ବିଷ୍ଣୁ ପ୍ରିୟା ଦିଦିଙ୍କ ତତ୍ରେବାବଧାନରେ  ହୋଇଥିଲା l ବିକେ ସୌଦାମିନୀ ଦିଦି, ବିକେ କୁନି ଭଉଣୀ , ବିକେ ସୁମିତ୍ରା ଭଉଣୀ, ବିକେ ଲଷ୍ମୀ ଭଉଣୀ ପରିଚାଳନା କରିଥିଲେ l ଅଭିନୟରେ ବିକେ କଂଗ୍ରେସ ଭାଇ, ରବି ଭାଇ, କ୍ରିଷ୍ଣା ଭାଇ, କେଦାର ଭାଇ, ଗଣେଶ ଭାଇ, କାତ୍ତିକ ଭାଇ, Bk ବନିତା ଭଉଣୀ ଯୋଗ ଦେଇଥିଲେ l  ପରି ଶେଷରେ ବୁଗୁଡ଼ା ଅବକାରୀ ଥାନା ଭାରପ୍ରାପ୍ତ  ରାମେଶ୍ୱର ବେହେରା ଓଡିଶା ଅବକାରୀ କମିଶନର ଏବଂ ଗଞ୍ଜାମ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଦେବୀ ପ୍ରସାଦ ଦାସ ଙ୍କୁ କୃତଜ୍ଞତା ଜଣାଇ ଥିଲେ । ତାଙ୍କର ସହଯୋଗୀ କନେଷ୍ଟବଳ ନରେନ୍ଦ୍ର ଶବର, ନିରଞ୍ଜନ ବେହେରା, ମନୋରଞ୍ଜନ ସେଠି, ଦୀପ୍ତି ରଞ୍ଜନ ସାହୁ ଏବଂ ଜ୍ୟୋତି ରଞ୍ଜନ ସ୍ୱାଇଁ  ତଥା ବ୍ରହ୍ମା କୁମାରୀ ଭାଇଭଉଣୀ ମାନଙ୍କ ସହଯୋଗ କରିଥିଲେ  l ବୁଗୁଡ଼ା ସହରରେ ନିଶା ମୁକ୍ତ ପଥ ପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୬/୨୦୨୩----୮,୨୫ Sakhigopal News,28/6/2023

Blog Archive

Popular Posts