ଯୌତୁକ ରେ ବାଇକ ମାଗିବାରୁ ନବବିବାହିତା ଶାଶୂଘର ଛାଡିଲେ
କନ୍ଧମାଳ--- ଯୌତୁକ ରେ ବାଇକ ମାଗିବାରୁ ନବବିବାହିତା ଶାଶୂଘର ଛାଡିଥିବା ନେଇ କନ୍ଧମାଳ ଜିଲ୍ଲା ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି l ପୁଣି ସ୍ୱାମୀ ଭୁଲ ସ୍ୱୀକାର ପରେ ନିଜ ଦାମ୍ପତ୍ୟ ଜୀବନ ପୁଣିଥରେ ଆରମ୍ଭ କରିବା ପାଇଁ ସ୍ୱାମୀ ଙ୍କୁ କ୍ଷମା ଦେବା କଥା ମଧ୍ୟ ବେଶ ଚର୍ଚ୍ଚା ପାଲଟିଛି l ଯୌତୁକ ରେ ବର କନ୍ୟା ଘର ସାମ୍ନା ରେ ବାଇକ ମାଗିବା ପରେ ପ୍ରତିବାଦ କରି ସମସ୍ତ ଙ୍କ ସାମ୍ନା ରେ ଶଙ୍ଖା,ସୂତ୍ର ବାହାର କରି ନିଜ ବାପା ଘର କୁ ଫେରିଥିବା ବେଶ ଆଲୋଚନା ର ବିଷୟ ପାଲଟିଥିଲା l ସୂଚନା ଅନୁଯାୟୀ ଗତ 9 ତାରିଖ ରେ ତୁମୁଡିବନ୍ଧ ଥାନା ସାରୁପାଟା ଗାଁ ଆନ୍ଦୁରୁ ଦିଗାଲ ଙ୍କ ଝିଅ ଦେବକୀ ଙ୍କ ସହ ବାଲିଗୁଡା ଥାନା ବୋରିକିଆ ଗାଁ ର ଅର୍ଜୁନ ଦିଗାଲ ଙ୍କ ସହ ବିବାହ ହୋଇଥିଲା l ପର ଦିନ ଅର୍ଥାତ 10 ତାରିଖ ଦିନ କନ୍ୟାଘର ଲୋକ ଦେବକୀ ଙ୍କୁ ନେଇ ଅର୍ଜୁନ ଘର କୁ ଆସିଥିଲେ l ତେବେ କନ୍ୟା ଘର ଉପସ୍ଥିତ ରେ ବର ସେହି ସମୟରେ ଯୌତୁକ ରେ ଏକ ବାଇକ ମାଗିଥିବା ନେଇ ଯୌତୁକ କୁ ବିରୋଧ କରି ଦେବକୀ ମଙ୍ଗଳ ସୂତ୍ର, ଶଙ୍ଖା ଖୋଲି ପୁଣି ବାପା ଘର ଲୋକଙ୍କ ସହ ନିଜ ଘରକୁ ଫେରି ଆସିଥିଲେ l ତେବେ ଅର୍ଜୁନ ଓ ତାଙ୍କ ପରିବାର ଲୋକେ ଘଟଣା କୁ ଖଣ୍ଡନ କରିଥିଲେ ଓ ତାଙ୍କ ପରିବାର କୁ କନ୍ୟା ଦେବକୀ ଆବଶ୍ୟକ କହିଥିଲେ l ଏଥି ସହ କନ୍ୟାଘର ଗାଁ କୁ ଯାଇ ଏହି ବିଷୟ ରେ ଅର୍ଜୁନ ନିଜ ଭୁଲ ସ୍ୱୀକାର କରିବା ସହ ଶାଶୁ ଶଶୁର ଙ୍କୁ କ୍ଷମା ପ୍ରାଥନା କରିଥିଲେ l ପୁଣିଥରେ ନବାବିବାହିତା ଦେବକୀ, ଅର୍ଜୁନ ଙ୍କ ସହ ମିଶି ନିଜ ଦାମ୍ପତ୍ୟ ଜୀବନ ଆରମ୍ଭ କରିଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୬/୬/୨୦୨୩----୧୨,୧୫ Sakhigopal News,16/6/2023