Breaking News

ପପଙ୍ଗା କେନାଲ ଠାରୁ ପୋଢବାଡିରାସ୍ତା ଏବେ ମରଣଯନ୍ତା ପାଲଟିଛି;କେନାଲ ତଳକୁ ଖସି ଜଣଙ୍କର ମୃତ୍ୟୁ


ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ ପପଙ୍ଗା କେନାଲ ଠାରୁ ପୋଢବାଡିରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅଟେ ।ଏହି ରାସ୍ତା ଦେଇ ସମ୍ବଲପୁର ,ବୁର୍ଲା, ଲରମ୍ଭା ମହାବିଦ୍ୟାଳୟ ଓ କଦୋବାହାଲ ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ଭାରୀଯାନ, ଚାରିଚକିଆ ଯାନ, ମୋଟର ସାଇକେଲ, ସାଇକେଲ ଆରୋହୀ ସମେତ ପଥଚାରୀ ଯିବା ଆସିବା କରିଥାନ୍ତି । ଏହି ରାସ୍ତାରେ ଝାଉଁଜୋରନଦୀ ନିକଟରେ କଂକ୍ରିଟ ଉଠି ଗାତ ସୃଷ୍ଟି ହୋଇଛି ।ଏଠାରେ ଜନ ସାଧାରଣ ଦୁର୍ଘଟଣା ସମ୍ମୁଖୀନ ହେଉଛନ୍ତି । ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରାସ୍ତା ଟି ପଡି ରହିଛି। ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବିଶେଷକରି କପାବାରୀ ଆନ୍ଧ୍ରପଡା ଠାରୁ କୁମ୍ଭାରବନ୍ଧ କେନାଲ ବ୍ରିଜ ନିକଟରେ ବୁଲାଣି ରାସ୍ତା ଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ବହୁ ଲୋକଙ୍କର ହାତ, ଗୋଡ ଭାଙ୍ଗି ଯାଇଥିବା ନଜିର ରହିଛି। ଗତକାଲି ଉକ୍ତ କେନାଲ ବ୍ରିଜ ନିକଟ ରେ ଏକ ଦୁର୍ଘଟଣାରେ ଏକ ନିରୀହ ଲୋକଙ୍କ ଜୀବନ ଯାଇଛି। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଭଟଲି ଗ୍ରାମ ର ପାଣ୍ଡବ ସାହୁ ବୟସ ୩୧ । ଉକ୍ତ ବୁଲାଣି ବ୍ରିଜ କେନାଲ ତଳକୁ ମଟର ସାଇକେଲ ସହିତ ତଳେ ପଡି ଅକାଳ ମୃତ୍ୟୁ ଘଟିଛି। ସେ ଭଟଲି ରୁ ଆସି ଥୁଆପାଲି, ଝରାପାଲି ମାର୍କେଟ ରେ ଭଡାଘରେ ରହି କୁଲି ହେମାଲୀ କାମ କରି ନିଜ ପରିବାର ପ୍ରତି ପୋଷଣ କରି ଆସୁଥିଲେ। ସେ କୌଣସି ଏକ ବିବାହ ଉତ୍ସବ ଯୋଗ ଦେବା ପାଇଁ ଝିଲିମିଂଡା ଗ୍ରାମ କୁ ଯାଇଥିଲେ । ଫେରିବା ସମୟରେ କେନାଲ ବ୍ରିଜ ରୁ କେନାଲ ଭିତରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ସେଠାରୁ ଲୋକମାନେ ଉଦ୍ଧାର କରି ଏକ ଗାଡି ସାହାଯ୍ୟ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା କୁ ପଠାଇ ଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କର ପଛରେ ବିଧବା ପତ୍ନୀ ସୁଭଦ୍ରା , ଏକ ୪ ବର୍ଷ ର ଝିଅ ଓ ସୁଭଦ୍ରା ଏବେ ୫ ମାସର ଅନ୍ତଃସତ୍ତ୍ଵା ଅଛନ୍ତି। ସେ ଅତ୍ୟନ୍ତ ଗରିବ ପରିବାରର ହୋଇ ଥିବାରୁ ସୁଭଦ୍ରା ଏବେ ନିଃସହାୟ ଅବସ୍ଥା ଅଛନ୍ତି। ସେ ସରକାର ସାହଯ୍ଯ ପାଇଁ ଆକୁଳ ନିବେଦନ କରିଛନ୍ତି।ଆଗାମୀ ଦିନରେ ଯେପରି ଧନ ଜନଜୀବନ ନଷ୍ଟ ନହେବ ସେଥିପ୍ରତି ପ୍ରଶାସନ ତଥା ବରଗଡ ଜିଲ୍ଲାପାଳ ଏହି କେନାଲ ବ୍ରିଜ ପୁନଃନିର୍ମାଣ ପାଇଁ ଅଂଚଳବାସୀ ଗଣ ମାଧ୍ୟମ ପକ୍ଷରୁ ଦାବୀ କରାଯାଇଛି। ଏହି ବ୍ରିଜ ପୁନଃ ନିର୍ମାଣ ନହେଲେ ଆଗାମୀ ଦିନରେ ସ୍ଥାନୀୟ ଲୋକମାନେ ରାସ୍ତା ଉପରକୁ ଆସିବେ ବୋଲି କହିଛନ୍ତି । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୬/୨୦୨୩----୮,୧୦ Sakhigopal News,22/6/2023

Blog Archive

Popular Posts