Breaking News

ପାଣି ସମସ୍ୟା ନେଇ ତାତିଲେ ମହିଳା, ଗରା ବାଲଟି ଥୋଇ ରାସ୍ତାରୋକ




ଓଡ଼ଗାଁ:- ଓଡ଼ଗାଁ ବ୍ଳକ କୁରାଳ ପଞ୍ଚାୟତ ଅନ୍ତର୍ଗତ କୁରାଳ ଗାଁ ଗଡସାହିରେ ପାନୀୟ ଜଳ ସମସ୍ୟାକୁ ନେଇ ସାହି ବାସିନ୍ଧା ଉତ୍ୟକ୍ତ ହୋଇ ଜଗନ୍ନାଥ ମନ୍ଦିରରୁ ଚଣ୍ଡିଛକ ମୁଖ୍ଯ ରାସ୍ତା ଉପରେ ଗରା ବାଲଟି ଥୋଇ ରାସ୍ତାରୋକ କରିଛନ୍ତି । ଆଜି ସକାଳରୁ ଅଦ୍ୟାବଧି ରାସ୍ତା ବନ୍ଦ ହୋଇ ରହିଥିବା ବେଳେ ଏନେଇ ସାହି ବାସିନ୍ଧା ସ୍ଥାନୀୟ ସରପଞ୍ଚ ଙ୍କୁ ଓ ସରକାରୀ ପାଇପିରୁ  ଘରକୁ ପାଣି ପାଇପ୍ ସଂଯୋଗ କରୁଥିବା ଲୋକଙ୍କୁ ଦାୟୀ କରିଛନ୍ତି। 
ସରପଞ୍ଚ ଙ୍କୁ ଏ ସମସ୍ୟା ନେଇ ସାହି ବାସିନ୍ଧା ଅନେକ ଥର ଜଣାଇଥିବା ବେଳେ ସରପଞ୍ଚ ବିଜନ ପାଇକରାୟ ମୁହଁ ବୁଲାଇ ପଳାଇଥିବା ସାହି ବାସିନ୍ଧା ଅଭିଯୋଗ କରିଛନ୍ତି। ତେବେ ପାନୀୟ ଜଳ ସ୍ୱାଭାବିକ ନହେବା ପର୍ଯ୍ଯନ୍ତ ଏମିତି ଗରା ବାଲଟି ଥୋଇ ରାସ୍ତାରୋକ ହେବ ବୋଲି ସାହି ବାସିନ୍ଧା ଚେତାବନୀ ଦେଇଛନ୍ତି। 
ତେବେ ସାହି ବାସିନ୍ଧା ରାସ୍ତାରୋକ କରିଲା ପରେ ପଞ୍ଚାୟତ ତରଫରୁ  ପ୍ରଚାର ଗାଡି ମାଧ୍ୟମରେ ପ୍ରଚାର କରି ସରକାରୀ ପାଇପକୁ ଘରକୁ ସଂଯୋଗ ନକରିବା ପାଇଁ ସତର୍କ କରାଯାଇଥିବା ଦେଖିବାକୁ ମିଳିଛି। 

ଓଡ଼ଗାଁରୁ  ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ 
୧୮/୬/୨୩--୮,୪୫ Sakhigopal News,18/6/2023

Blog Archive

Popular Posts