ଧଳା ଜହର ଜବତ ଜଣେ ଯୁବକ ଗିରଫ
ସାକ୍ଷୀଗୋପାଳ ---ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ବୀର ଗୋବିନ୍ଦପୁର ସ୍ଥିତ ଦକ୍ଷିଣ କାଳିମନ୍ଦିର ନିକଟରେ ଚଢ଼ାଉ କରିଥିଲେ । ସେଠାରୁ ଜୀବନ ଦିକ୍ଷୀତ,ବୟସ - ୨୩ବର୍ଷ ,ପିତା - ବ୍ରହ୍ମାନନ୍ଦ ଦିକ୍ଷୀତ, ଗ୍ରାମ- ଚହଟା ଙ୍କୁ ଗିରଫ କରି ତାଙ୍କ ଠାରୁ ୭୫ଗ୍ରାମ ହିରୋଇନ୍ ଜବତ କରାଯାଇଛି । ଜିଲ୍ଲା ସଦର ରେଞ୍ଜ କେସ ନଂ -୩୧/୨୩-୨୪ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିଲା। ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ହିରୋଇନ୍ ର ମୂଲ୍ୟ ପ୍ରାୟ ୭,୫୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକ, ଏ ଏସ ଇ ସନ୍ତୋଷ ନାୟକ, ପୁନଚନ୍ଦ୍ର ନାୟକ ଏବଂ କର୍ମଚାରୀ ଶେଖ୍ ୱାରିଶ,ପ୍ରବୀଣ ବିରାଜ କୀରୋ, , ଫିରୋଜ ମହାନଦୀଆ, ସଞ୍ଜୀବ ହସ୍ତି, ସ୍ୱାଗତିକା ଘଡେ଼ଇ,ପ୍ରଦୀପ ମଲ୍ଲିକ ପ୍ରମୁଖ ସାମିଲ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୬/୨୦୨୪ ---୮,୨୫ Sakhigopal News,28/6/2023