ବାଲିଗୁଡାରେ ନୂତନ ଏସଡିପିଓ ଙ୍କ ଯୋଗଦାନ
କନ୍ଧମାଳ ---- ବାଲିଗୁଡା ଉପଖଣ୍ଡ ରେ ନୂତନ ଏସଡିପିଓ ରୂପେ ୟଶ ପ୍ରତାପ ଶ୍ରୀମଲ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି | ୟଶ ପ୍ରତାପ ହେଉଛନ୍ତି 2020 ବ୍ୟାଚ ଆଇପିଏସ ଅଧିକାରୀ । ପ୍ରୋବେସନାରୀ ଟ୍ରେନିଂ ଯାଜପୁର ଜିଲ୍ଲା ରେ ରୂପେ କାର୍ଯ୍ୟକରିଥିଲେ |ରାଜ୍ୟ ସରକାର ପ୍ରଥମ ପୋଷ୍ଟିଙ୍ଗ ରୂପେ କେସିଙ୍ଗା ଏସଡିପିଓ ଭାବରେ ନିଯୁକ୍ତି ହୋଇଥିଲେ । ବାଲିଗୁଡା ଏସଡିପିଓ ରୂପେ ଯୋଗଦାନ ପରେ ବାଲିଗୁଡା ଉପଖଣ୍ଡ ରେ ଆଇନ ଶୃଙ୍ଖଳା, ମାଓ ସମସ୍ୟା, ଟ୍ରାଫିକ ସମସ୍ୟା ସମେତ ସାଧାରଣ ଲୋକ ଙ୍କ ସମସ୍ୟା ପ୍ରତି ପ୍ରାଥମିକତା ଦେଇ କାର୍ଯ୍ୟକରିବେ ବୋଲି ସାମ୍ବାଦିକ ମାନଙ୍କ ସହିତ ସାକ୍ଷାତ ଆଲୋଚନା ରେ ସୂଚନା ଦେଇଛନ୍ତି । ବାଲିଗୁଡା ରେ ଏସଡିପିଓ ଭାବରେ ଯୋଗଦାନ କରି ଆଜି କୋଟଗଡ ଥାନା ପରିଦର୍ଶନ କରିଛନ୍ତି । ବାଲିଗୁଡା ଏସଡିପିଓ ରୂପେ ୟଶ ପ୍ରତାପ ଶ୍ରୀମଲ ବାଲିଗୁଡା ସାମ୍ବାଦିକ ମାନଙ୍କ ସହିତ ଉପଖଣ୍ଡ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରି ଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୩/୬/୨୦୨୩----୮,୪୫ Sakhigopal News,23/6/2023