Breaking News

ବାଲିଗୁଡା ରେ ବିଜେପି ସଂଯୁକ୍ତ ମୋର୍ଚ୍ଚା ବୈଠକ


ବାଲିଗୁଡା ---- ଆଗାମୀ 2024 ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖି  ସ୍ଥାନୀୟ ବାଲିଗୁଡା ଗାୟତ୍ରୀ ମନ୍ଦିର କଲ୍ୟାଣୀ ମଣ୍ଡପ ଠାରେ ବାଲିଗୁଡା ବିଧାନସଭା ସଭା ସ୍ତରୀୟ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକକୁ କନ୍ଧମାଳ ଜିଲ୍ଲା  ବିଜେପି ସଭାପତି  ଜଗନ୍ନାଥ ସାହୁ ସଭାପତିତ୍ୱ କରିଥିଲେ । ବୈଠକରେ ରାଷ୍ଟ୍ରୀୟ ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ  ସଞ୍ଜୟ ନିର୍ମଳଜୀ ଏବଂ କନ୍ଧମାଳ ଲୋକସଭା ପ୍ରଭାରୀ  ନିରଞ୍ଜନ ମିଶ୍ର ଉପସ୍ଥିତ ରହି ଆଗାମୀ ଦିନରେ ବିଧାନସଭା ସ୍ତରରେ କିଭଳି ବିଜେପି ସଂଯୁକ୍ତ ମୋର୍ଚ୍ଚା ବୁଥ୍ ସ୍ତରରେ ମଜବୁଥ୍ ହେବ ସେ ବିଷୟରେ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ ଜିଲ୍ଲା ଉପସଭାପତି ରମେଶ ମହାନ୍ତି ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଦେବେନ୍ଦ୍ର କୁଦେଇ, ପୂର୍ବତନ ବାଲିଗୁଡା ବିଧାୟକ  କରେନ୍ଦ୍ର ମାଝୀ ଜିଲ୍ଲା ଯୁବମୋର୍ଚା ସଭାପତି ଗୋଲକ ପ୍ରଧାନ ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ବିସିକେଶନ ପ୍ରଧାନ, ଜିଲ୍ଲା ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ଅବନେଶ୍ଵର ପ୍ରଧାନ, ଜିଲ୍ଲା ସ୍ୱଛ ଭରତ ସଂଯୋଜିକା କଳ୍ପନା କହଁର, ଗୋପୀନାଥ ଦଳବେହେରା ତଥା ସମସ୍ତ ମଣ୍ଡଳ ସଭାପତି ମଣ୍ଡଳ ପଦାଧିକାରୀ ଏବଂ ମଣ୍ଡଳ ସମସ୍ତ ମୋର୍ଚ୍ଚା ପଦାଧିକାରୀ ଉପସ୍ଥିତ ଥିଲେ I କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୪/୬/୨୦୨୩----୯,୪୫ Sakhigopal News,24/6/2023

Blog Archive

Popular Posts