Breaking News

ବୈଦେଶ୍ୱର ଥାନା ଅଞ୍ଚଳରେ ନିଶା ବେପାରୀଙ୍କ ଆଡାସ୍ଥଳି ; ଖୋଲୁମ ଖୋଲା ଚାଲିଛି ନିଶା ବେପାର, ଥାନା ଅଧିକାରୀ ଡ୍ରାଇଭର ମାଲେମାଲ

 

କଟକ ---- କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର ବୈଦେଶ୍ୱରଥାନା ଅଞ୍ଚଳରେ  ନିଶାବେପାରୀଙ୍କ ପାଦ୍ରୁଭାବ ଦେଖି ବାକୁ ମିଳିଛି।ଏହି ଥାନା ଅଞ୍ଚଳରେ ବ୍ୟାପକ ଭାବେ ଚୋରା ମଦ, ଗଞ୍ଜେଇ, ଧଳା ଜହର,କୋରେକ୍ସ ଆଦି ନିଶା ବେପାର ବୃଦ୍ଧି ପାଇବାରେ ଲାଗିଛି। ନିଶା ବେପାରୀଙ୍କ କବଜାରେ ଏବେ ବୈଦେଶ୍ଵର ଥାନା। ନିଶା ବେପାରୀ ମାନେ ପୋଲିସ ଉପସ୍ଥିତିରେ ଖୋଲୁମ ଖୋଲା ନିଶା କାରବାର କରୁଥିବା ଲୋକମାନେ କହନ୍ତି । ନିଶା ଚୋରା ଚାଲାଣ କାରବାରକୁ ରୋକିବା ପରିବର୍ତ୍ତେ ବୈଦେଶ୍ୱର ଥାନା ଅଧିକାରୀ ପ୍ରଶୟ ଦେଉଥିବା ଅଭିଯୋଗହେଉଛି।ଏହି ଥାନାରେ କାର୍ଯ୍ୟରତ ଡ୍ରାଇଭର ନିଶାବେପାରୀଙ୍କ ସହ  ସଲାସୁତୁରା କରି ରାଧେ ରାଧେ ନ୍ୟାୟ ରେ କାର୍ଯ୍ୟ କରୁଥିବାରୁ ନିଶାବେପାରୀ ନିର୍ଭୟ ଭାବେ ନିଶା   ବେପାର କରିଚାଲୁଛନ୍ତି।ଅନ୍ୟପକ୍ଷେ ଏହି ବୈଦେଶ୍ଵର ଥାନା ଅଞ୍ଚଳରେ ଚୋରା ପଥର ବାଳିମାଫିଆ ଖୁଲମ ଖୁଲା ଭାବେ ଚୋରାରେ ବାଲି ଟ୍ରିପ ଟ୍ରିପ ହାଇୱା ଯୋଗେ ରାତି ଦିନ ଚାଲାଣ କରୁଥିବା ବେଳେ ଏଥିରୁ ମଧ୍ୟ ବୈଦେଶ୍ୱର ଥାନା ଫାଇଦା ହାସଲ କରୁଥିବାର ଜଣା ପଡିଛି।ସ୍ଥାନୀୟ ନେତାଙ୍କ ହାତ ବାରିସ ହୋଇ ବୈଦେଶ୍ୱର ଥାନା ଅଧିକାରୀ ରହି ଥିବାରୁ ସ୍ଥାନୀୟ ନିରୀହ ଜନସାଧାରଣ ଶୋଷଣ ହେଉଥିବା ଜଣା ପଡ଼ିଛି।ପ୍ରତିବାଦ କଲେ ମିଥ୍ୟା କେଶରେ ଫସାଇ ଦେବାକୁ ମଧ୍ୟ ଥାନା ବାବୁ ଧମକ ଦିଅନ୍ତି।ମୋର୍ କେହି କିଛି କରି ପାରିବେ ନାହିଁ ମୁଁ ନେତାଙ୍କ ଛତ୍ର ଛାୟା ତଳେ ରହିଛି।ଏଣୁ ଏ ଦିଗରେ ଏସପି ଦୃଷ୍ଟିଦେବାକୁ ଜଣସାଧାରଣଙ୍କ ପକ୍ଷରୁ ଦାବି ହେଉଛି।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୫/୬/୨୦୨୩----୯,୧୦ Sakhigopal News,25/6/2023

Blog Archive

Popular Posts