Breaking News

ମୋରମ ଚାଲାଣ ବେଳେ ଅଭିଯୁକ୍ତ ଗିରଫ, ହାଇୱା ଗାଡି ଜବତ



 
ଜଟଣୀ, ----: ଜଟଣୀ ଥାନା ଅର୍ନ୍ତଗତ ଆଦର୍ଶ ବିଦ୍ୟାଳୟ ସାମ୍ନାରୁ ବେଆଇନ୍ ଭାବେ ମୋରମ ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ାଉ କରି ହାଇୱା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଷଣ୍ଢପୁର ଅଞ୍ଚଳର ଅକ୍ଷୟ କୁମାର ପଟ୍ଟନାୟକ ଓରଫ ଅଖି (୪୪)। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ।
ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଅଭିଯୁକ୍ତ ଅକ୍ଷୟ ଏକ ହାଇୱା (ଓଡି ୦୨ବିକେ ୫୪୫୦) ବିଶିଷ୍ଟ ଗାଡ଼ିକୁ ହରି ଭାଇନା ଛକରୁ ଦୃତଗତିରେ ନେଇ ଆସୁଥିବା ପୁଲିସ ଜାଣିବାକୁ ପାଇଥିଲା। ତେବେ ଏହି ସମୟରେ ପୁଲିସ ଆଦର୍ଶ ବିଦ୍ୟାଳୟ ସାମ୍ନାରେ ଗାଡ଼ିକୁ ଅଟକାଇଥିଲା। ଯାଞ୍ଚ ସମୟରେ ବେଆଇନ ଭାବେ ମୋରମ ଚାଲାଣ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏ ନେଇ ଥାନାରେ କେସ ନଂ ୨୨୬/୨୩ ରେ ଏକ ମାମଲା ରୁଜ୍ଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୬/୨୦୨୩---୯,୨୫ Sakhigopal News,10/6/2023

Blog Archive

Popular Posts