ବକୁଳବନ ରୁ ସିଦ୍ଧବଳରାମଙ୍କ ଗୁଣ୍ଡିଚା ଯାତ୍ରା
ସାକ୍ଷୀଗୋପାଳ--- ବକୁଳବନ ପରିସରରେ ପୂଜାପାଇ ଆସୁଥିବା ଜଗନ୍ନାଥଙ୍କ ଅଜା ଭାବେ ପରିଚିତ ସିଦ୍ଧ ବଳରାମଙ୍କ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେବାୟତ ବ୍ରଜରାଜ ପଣ୍ଡା ଓ ଦେବରାଜ ପଣ୍ଡା ଠାକୁରଙ୍କୁ ବେଶ କରି ମୁଣ୍ଡ ରେ ଟାହିଆ ଲଗାଇ ଗୋଟି ପହଣ୍ଡିରେ ରଥକୁ ଆଣିଥିଲେ । ଛୋଟ ଛୋଟ ପିଲା ମାନଙ୍କ ସହିତ ଓ ଶ୍ରଦ୍ଧାଳୁମାନେ ରଥକୁ ଚନ୍ଦନ ପୋଖରୀ ନିକଟ ମଣ୍ଡପକୁ ଟାଣି ଆଣିଥିଲେ। ମାଉସୀ ମା ଘର ନିକଟରେ ଆମ୍ବ, ପଣସ, ନଡିଆ ଓ ବିଭିନ୍ନ ଫଳମୂଳ ଭୋଗ କରାଯାଇଥିଲା। ରଥଚଳା ସମୟରେ ମନ୍ଦିର କାର୍ଯ୍ୟାନିବାହୀ ଅଧିକାରୀ ବିଶ୍ବବାସି ତ୍ରିପାଠୀ ଙ୍କ ତତ୍ବାବଧାନରେ ସଂକୀର୍ତ୍ତନ, ବାଜା ଓ ବାଣ ଫୁଟାଇ ଚନ୍ଦନ ପୋଖରୀ ନିକଟ ମଣ୍ଡପକୁ ରଥକୁ ଟାଣି ଆଣିଥିବା ର ଦେଖାଯାଇଥିଲା। ସେହିପରି ବିଭିନ୍ନ ପତିତପାବନ ମନ୍ଦିର ରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୬/୨୦୨୩ ----୯,୪୫ Sakhigopal News,20/6/2023