Breaking News

ଶିକ୍ଷାବିତ୍ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନଙ୍କ ୧୪ତମ ଶ୍ରାଦ୍ଧ ସଭା


ବାଙ୍କୀ---  ଶିକ୍ଷାବିତ୍ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନଙ୍କ ୧୪ତମ ଶ୍ରାଦ୍ଧ ସଭା ବାଙ୍କୀ ବରପୁଟ ପଞ୍ଚାୟତ ପଶାଣିଆ ଗ୍ରାମରେ ତ୍ରିଲୋଚନ ପ୍ରଧାନ ସ୍ମୃତିସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇଥିଲେ । ସେ ଜଣେ ଏକାଧାରାରେ ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା ରାଜନେତା ହିସାବରେ ସମଗ୍ର ବାଙ୍କୀ ଅଞ୍ଚଳରେ  ତାଙ୍କର ସୁନାମ ଥିଲା ବୋଲି ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ କାହ୍ନୁଚରଣ ସାହୁ ସମ୍ମାନୀତ ଅତିଥି, ବାଙ୍କୀ ବ୍ଲକ  ଅଧ୍ୟକ୍ଷ ପୁଷ୍ପଲତା ସମାନ୍ତ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ବାଙ୍କୀ ବ୍ଲକ ବିଜେଡି ସଭାପତି ଅନନ୍ତଚରଣ ଦାଶ, ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ କୁମାର ପାତ୍ର, ସମବାୟବିତ୍ ସମରେନ୍ଦ୍ର ମହାପାତ୍ର, ବରପୁଟ ପଞ୍ଚାୟତର ସମିତି ସଭ୍ୟା ମମତା ଦେହୁରୀ ଯୋଗଦେଇ ତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ । ଏହି ସଭାରେ ବିଜୟ କୁମାର ପ୍ରତିହାରୀ ସଭାପତିତ୍ୱ କରିଥିଲେ  । ଆଇନଜୀବୀ ଜୟପ୍ରକାଶ ମିଶ୍ର ସଭା ସଂଚାଳନ କରିବା ସହ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପକ ସୁଧାଂଶୁ ଶେଖର ପ୍ରଧାନ ବିବରଣୀ ପଠନ କରିଥିଲେ । ଏଥିରେ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧ ଲାଭ କରିଥିବା ପ୍ରଦ୍ୟୁମ୍ନ ସୁବୁଦ୍ଧି, ମାନସ ବିଶ୍ୱାଳ, ଛାତ୍ରୀ ଅର୍ଚ୍ଚନା ପଣ୍ଡାଙ୍କୁ ମୁଖ୍ୟଅତିଥି ଶ୍ରୀତ୍ରୀପାଠୀ ମାନପତ୍ର ସହ ଉପଢ଼ୌକନ ଦେଇ ପୁରସ୍କୃତ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ସ୍ମୃତି ସଂସଦର ସମ୍ପାଦକ ଫାଲଗୁନ ପ୍ରଧାନ, ସଦାଶିବ ଦାଶ, ଦୂତିକୃଷ୍ଣ ସ୍ୱାଇଁ ପରିଚାଳନା କରିଥିଲେ । ଶେଷରେ ଜୟପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୩/୬/୨୦୨୩----୮,୧୦ Sakhigopal News,23/6/2023

Blog Archive

Popular Posts