ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟ ରେ ଅନ୍ତର୍ଜlତୀୟ ଯୋଗ ଦିବସ ପାଳିତ
ଭଞ୍ଜନଗର :- ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ଠାରେ ବିଶ୍ୱ ଯୋଗ ଦିବସ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ପ୍ରଫେସର କୃତିବାସ ବିଶ୍ୱାଳ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା, ଗଣେଶ ଚନ୍ଦ୍ର ପଣ୍ଡା, ରଶ୍ମିତା ସାହୁ, ସାଜନ ସ୍ୱାଇଁ, ପୁଷ୍ପାଞ୍ଜଳି ସ୍ୱାଇଁ, ରାଜଶ୍ରୀ ପଟ୍ଟନାୟକ, ନୀଳାଞ୍ଚଳ ପ୍ରଧାନ ଓ କ୍ରୀଡା ଶିକ୍ଷକ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ଯୋଗର ଆବଶ୍ୟକତା, ଶାରୀରିକ ଓ ମାନସିକ ସ୍ତରରେ ଏହାର ପ୍ରଭାବ ସାଙ୍ଗକୁ ଉପାଦେୟତା ଉପରେ କହିଥିଲେ l ଏହାପରେ ଖେଳଶିକ୍ଷକ ବିଭିନ୍ନ ପ୍ରକାର ଯୋଗ କୁ କରି ଦେଖାଇଥିଲେ l ଏଥିରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସମେତ ଏକଶହ ରୁ ଊର୍ଧ୍ଵ ଛାତ୍ର, ଛାତ୍ରୀ ଅଂଶଗ୍ରହଣ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୬/୨୦୨୩----୧୧,୨୫ Sakhigopal News,22/6/2023