୮୫ ଗ୍ରାମ ଧଳା ଜହର ଜବତ, ଜଣେ ଗିରଫ
ପୁରୀ --- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ରତ୍ନାକର ବିହାର ଓମଫେଡ ଛକ ନିକଟରେ ଚଢ଼ାଉ କରିଥିଲେ । ସେଠାରୁ ଅନିଲ୍ କୁମାର ରାଉତ , ବୟସ -3୦ ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ନିକଟରୁ ୮୫ ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରିଛନ୍ତି ।ନିମାପଡା ଅବକାରୀ ଥାନା କେସ ନଂ :- 43/23-24ରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 8,50,000 ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀ ଜିତେନ୍ଦ୍ର କୁମାର ବେହେରା,ଷ୍ଟାଫ ପ୍ରଦୀପ୍ତ କୁମାର ପଣ୍ଡା ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି ,୨୨/୬/୨୦୨୩----୬,୪୫ Sakhigopal News,22/6/2023