>>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • କୁଲାଡ଼ ପଞ୍ଚାୟତକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ



    ଭଞ୍ଜନଗର -----  ଭୁବନେଶ୍ୱର ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ ଠାରେ  ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟସ୍ତରରେ ଉତ୍ତମ ପ୍ରଦର୍ଶନ କରୁଥ‌ିବା ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ରାଜ୍ୟ ସରକାର ଉତ୍ସାହିତ କରିବା ପାଇଁ ପୁରସ୍କୃତ କରିଛନ୍ତି।ଏହି  ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ ପଞ୍ଚାୟତ ଜାତୀୟ ସ୍ତରରେ ଚଳିତ ବର୍ଷ ଗତ ଏପ୍ରିଲ ମାସରେ ଦ୍ଵିତୀୟ ଶ୍ରେଷ୍ଠ ସାମାଜିକ ସୁରକ୍ଷିତ ପଞ୍ଚାୟତ ଭାବେ କେନ୍ଦ୍ର ସରକାରଙ୍କ ଠାରୁ ୭୫ଲକ୍ଷ ଟଙ୍କା ପୁରସ୍କାର ପାଇଥିଲା। ହେଲେ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଭଞ୍ଜନଗର ବିଡ଼ିଓ ଶଶୀ ଭୂଷଣ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, କୁଲାଡ଼ ସରପଞ୍ଚ ସଂଯୁକ୍ତା ରାଜୁ ଓ ଅନ୍ୟମାନେ ଉପସ୍ଥିତ ରହି ଏହି ଅର୍ଥରାଶି ଗ୍ରହଣ କରିଥିଲେ।
    ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ସାରାଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏହି ପ୍ରୋତ୍ସାହନ ବ୍ୟବସ୍ଥା ପଞ୍ଚାୟତର ଆହୁରି ବିକାଶ ଓ ଉନ୍ନତି ପାଇଁ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୬/୨୦୨୩----୯,୪୫ Sakhigopal News,30/6/2023

    Blog Archive

    Popular Posts