ଘୋଷଯାତ୍ରାରେ ଥଣ୍ଡା ପାନୀୟ ଜଳ ଏବଂ ଦହି ପଣା ବଣ୍ଟନ
ନୟାଗଡ, -----ନୟାଗଡ ଜିଲା ଖଣ୍ଡପଡ଼ା ବ୍ଲକରେ ଥିବା ଶ୍ରୀ ଜଗନ୍ନାଥ ଜୀଉଙ୍କ ଘୋଷଯାତ୍ରା ବା ରଥଯାତ୍ରା ଆଡମ୍ବରରେ ପାଳିତ ହୋଇଯାଇଛି। ହଜାର ହଜାର ଭକ୍ତ ଆସି ଶ୍ରୀ ଜୀଉଙ୍କୁ ଦର୍ଶନକରିବା ସହ ରଥଟାଣିଥିଲେ । ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଓ ପତିତପାବନ ଙ୍କ ଘୋଷଯାତ୍ରା ବିଧିବଦ୍ଧ ଭାବେ ମନ୍ଦିର ପରିଚାଳନା କମିଟି ଓ ତହସିଲଦାର ବା ଦେବତ୍ତୋର ବିଭାଗ ଦ୍ୱାରା ପରିଚାଳିତ ରେ ଅନୁଷ୍ଠିତ ହୋଇଥିଲା ।କରାଯାଉଛି ।ଆଜି ସକାଳୁ ଶ୍ରୀ ଜୀଉଙ୍କ ନଇତଇକଆନ୍ତଇ ସରିବା ପରେ ସେବାୟତ ଓ ମନ୍ଦିର ପୂଜକ ମାନେ ଶ୍ରୀ ଜୀଉଙ୍କୁ ସୁସଜ୍ଜିତ କରିଥିଲେ । ଠାକୁରଙ୍କୁ ଗୋଟି ପହଣ୍ଡି କରି ରଥାରୂଢ କରିଥିଲେ । ଏହା ପରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା । ଖଣ୍ଡପଡ଼ା ରାଜା ବିଭୁତି ଭୂଷଣ ସିଂ ମର୍ଦ୍ଦରାଜ। ଅପରାହ୍ନ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଦେବୋତ୍ତର ବିଭାଗର ସମସ୍ତ କର୍ମଚାରି ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।ଏଥିରେ ସ୍ଥାନୀୟପୋଲିସ ଅଧିକାରୀ ରମେଶ ଚନ୍ଦ୍ର ଦେବତା ଆଇନ ଶୃଙ୍ଖଳା ରକ୍ଷା କରିଥିଲେ। ଘୋଷଯାତ୍ରା ସମୟରେ ବ୍ୟାପକ ଜନ ସମାଗମହେଉ ଥିବାରୁ ଏହାକୁ ଲକ୍ଷ ରଖି ପ୍ରଥମ ଥର ସ୍ଥାନୀୟ ମା ଉମାଦେବୀ ଘରୋଇ ମୋଟର ମାଲିକ ସଂଘ ପକ୍ଷରୁ ଚିତରଂଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଥଣ୍ଡା ପାନୀୟ ଜଳ ଏବଂ ଦହି ପଣା ବଣ୍ଟନ କରାଯାଇଥିଲା ।ବ୍ୟବସ୍ଥା କରାଯାଇଛି। ଏହି ପାନୀୟ ଜଳ ଓ ଦହି ପଣା ପିଇ ଲୋକ ମାନେ ଆସ୍ୱସ୍ତି ଲାଭ କରିଥିଲେ। ସଭାପତି ଶ୍ରୀ ମିଶ୍ରଙ୍କ ଏଭଳି ପ୍ରୟାସକୁ ରଥଯାତ୍ରା ରେ ଲୋକ ମାନେ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମ ଆଗକୁ ଆହୁରି ସୁନ୍ଦର ଭାବରେ କରାଯିବ ବୋଲି ସଭାପତି ଶ୍ରୀ ମିଶ୍ର କହିଛନ୍ତି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ ,୨୨/୬/୨୦୨୩---୧୨,୪୫ Sakhigopal News,22/6/2023
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ ,୨୨/୬/୨୦୨୩---୧୨,୪୫ Sakhigopal News,22/6/2023