ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ ଏବଂ ରାସ୍ତାରୋକ
ଜଟଣୀ --- ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଟଣୀ ନାଗରିକ କମିଟି ତରଫରୁ ଏକ ଗଣ ଆନ୍ଦୋଳନ ଓ ରାସ୍ତାରୋକ ହୋଇଛି l ସୂଚନା ମୁତାବକ ଜଟଣୀ ପୌରପରିଷଦ ଅନ୍ତର୍ଗତ ୨୩ ଗୋଟି ୱାର୍ଡ ମଧ୍ୟରୁ ରେଲୱେ ଅଧୀନରେ ଥିବା ଲୋକ କଲୋନୀ ପରିସରରେ ଶହ ଶହ ଝୁମ୍ପୁଡ଼ି ବାସିନ୍ଦା ବସବାସ କରିଆସୁଛନ୍ତି । ରେଲୱେ ନିଜର ଉନ୍ନତିକରଣ ପାଇଁ ବସବାସ କରୁଥିବା ଝୁମ୍ପୁଡ଼ି ବାସିନ୍ଦାଙ୍କୁ ଉଛେଦ କରାଗଲା । ରେଲୱେର କୌଣସି ନିୟମ ନାହିଁ ଉଛେଦ ଝୁମ୍ପୁଡ଼ି ବାସିନ୍ଦାଙ୍କୁ ଥଇଥାନ କରିବା l ଏହି ପରିପ୍ରେକ୍ଷୀରେ ଗରିବ ଝୁମ୍ପୁଡ଼ି ବାସିନ୍ଦାଙ୍କ ଥଇଥାନ ପାଇଁ ଜଟଣୀ ନାଗରିକ କମିଟିର ସଭାପତି ଏବଂ ସ୍ଥାନୀୟ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଦଳୀୟ କର୍ମୀଙ୍କ ସହାୟତାରେ ସାହାଯ୍ୟର ହାତ ବଢ଼ାଇଲେ l ରାଜ୍ୟସରକାରଙ୍କ ଜାଗାମିଶନ ଜରିଆରେ ଥଇଥାନ ସହ ସ୍ଥାୟୀ ପଟା ପ୍ରଦାନ ପାଇଁ ସ୍ଥାନୀୟ ପୌରପରିଷଦ ନିର୍ବାହୀ ଅଧିକାରୀ, ତହସିଲଦାର ଏବଂ ଜିଲ୍ଲାପାଳ ମହୋଦୟଙ୍କୁ ବାରମ୍ବାର ଲିଖିତ ପତ୍ର ପ୍ରଦାନ କରିଥିଲେ l ଜିଲ୍ଲାପାଳ ମହୋଦୟ ଏହାର ଶୀଘ୍ର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ l କିନ୍ତୁ ସ୍ଥାନୀୟ ପ୍ରଶାସନ ଏହାକୁ ଅଣଦେଖା କରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରୁନଥିବାରୁ ଏଥିରେ ଅତିଷ୍ଠ ହୋଇ ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଶୀଘ୍ର ଵସ୍ତି ବାସିନ୍ଦାଙ୍କ ଥଇଥାନ ଉଦ୍ଦେଶ୍ୟରେ ତହସିଲ କାର୍ଯ୍ୟାଳୟ ଘେରାଉ ସାଙ୍ଗକୁ ରାସ୍ତା ରୋକ କରାଯାଇଥିଲା l ଏଥିରେ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ l ପ୍ରାୟ ୩ ଘଣ୍ଟାର ରାସ୍ତା ରୋକ ଫଳରେ ସ୍ଥାନୀୟ ତହସିଲଦାର ମହୋଦୟା ରୁମାନୀ ଜାଫ୍ରୀ ଧାରଣା ସ୍ଥଳକୁ ଆସି ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟଙ୍କୁ ୨ ମାସ ସମୟ ଅବଧିର ପ୍ରତିଶୃତି ଦେଇ କହିଲେ ସ୍ଥାନୀୟ ପୌରପରିଷଦ ପକ୍ଷରୁ ଉଛେଦ ବସ୍ତିବାସିନ୍ଦାଙ୍କ ପାଇଁ ୫ ଏକର ଜମି ଚି଼ହ୍ନଟ କରିଛନ୍ତି l ୫ ଏକର ଜମିରୁ ଅଧା ୨.୫ ଏକର ଜମି ମୁକ୍ତ ଥିବା ବେଳେ ଆଉ ୨. ୫ ଏକର ଜମି କିଛି ଵସ୍ତି ବାସିନ୍ଦା ଏବଂ ଥିଲା ଵାଲା ଲୋକଙ୍କ କବଜାରେ ଅଛି l ସମ୍ପୂର୍ଣ୍ଣ ଜମି ମୁକ୍ତ ନଥିବାରୁ ଏହି କାର୍ଯ୍ୟ ବାଧାପ୍ରାପ୍ତ ହେଉଅଛି l ଯଦି ୨. ୫ ଏକର ଜବର ଦଖଲ ଜମି ପୌରପରିଷଦ ପକ୍ଷରୁ ଉଛେଦ ପ୍ରକ୍ରିୟା ପାଇଁ 48 ଘଣ୍ଟା ସମୟ ଲାଗିବ l ତହସିଲ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାରୀ ସ୍ତରରେ 45 ଦିନ ସମୟ ଲାଗିବ l ତେଣୁ ଏହି ପରିପ୍ରେକ୍ଷୀରେ ଆଉ ୧୫ ଦିନ ସମୟ ହାତରେ ରଖି ସମୁଦାୟ 60 ଦିନ ଅର୍ଥାତ ୨ ମାସ ସମୟ ଅବଧି ମାଗି ଏହି ସମୟ ମଧ୍ୟରେ ଚିଠା ପ୍ରସ୍ତୁତ ତାଲିକା ଅନୁସାରେ ଉଛେଦ ଝୁମ୍ପୁଡ଼ି ବାସିନ୍ଦାଙ୍କୁ ଥଇଥାନର ସମ୍ପୂର୍ଣ୍ଣ ହେବାର ପ୍ରତିଶୃତି ଦେବାପରେ ମନ୍ମଥ ରାଉତରାୟଙ୍କ ନିର୍ଦେଶ କ୍ରମେ ରାସ୍ତା ରୋକ ହଟିଥିଲା l କିନ୍ତୁ ବିଡମ୍ବନାର ବିଷୟ ଏଠାରେ ମୁଖ୍ୟ ପ୍ରସଙ୍ଗ ରେଳବାଇ ପରିସରର ଉଛେଦ ଝୁମ୍ପୁଡ଼ି ବାସିନ୍ଦାଙ୍କ ଥଇଥାନ ଉଦ୍ଦେଶ୍ୟରେ କିନ୍ତୁ ଏଥିରେ କଥା ଉଠିଲା ଅଙ୍ଗାର ପଡା ଆଦିବାସୀଙ୍କୁ ସ୍ଥାୟୀ ପଟା ପ୍ରଦାନ ଏବଂ ରାଧାଚରଣ ପୁର ବସ୍ତିବାସିନ୍ଦାଙ୍କ ଥଇଥାନ କଥା l ଏହି ଆନ୍ଦୋଳନରେ ଯୋଗ ଦେବା ପାଇଁ ଆସିଥିବା ମହିଳା ମାନଙ୍କୁ ଟଙ୍କା ଦେଇ ଆଧାର କାର୍ଡ ଅନୁସାରେ ନିଜ ନାମରେ ଜାଗା ଦେବା ଲୋଭ ଦେଖାଇ ଡାକି ଆଣିଥିବା ବିଶେଷ ସୂତ୍ରରୁ ପ୍ରକାଶ l ଏଥିରେ ଯୋଗ ଦେଇଥିବା ଅଧିକାଂଶ ମହିଳା ସ୍ଥାନୀୟ ବାଲିଚ୍ଛକ ମୁଣ୍ଡିଆ ସାହି, ରାଜାବଜାର, ଟ୍ରାଫିକ କଲୋନୀ ଏବଂ ସ୍ଥାନୀୟ ପଞ୍ଚାୟତରୁ ଆସିଥିବା ଦେଖିବାକୁ ମିଳିଥିଲା l ଏହା ଏକ ରାଜନୈତିକ ଚାଲ ବୋଲି ଶୁଣିବାକୁ ମିଳେ l ପୂର୍ବରୁ ରେଳବାଇ ପରିସରରେ ଉଛେଦ ୧୧୩୭ ଜଣଙ୍କ ଝୁମ୍ପୁଡ଼ି ବାସୀଙ୍କ ତାଲିକା ପୌରପରିଷଦରେ ଦାଖଲ ହୋଇଥିବା ସୂଚନା ମିଳେ l ବୁଦ୍ଧିଜୀବୀଙ୍କ ମତରେ ଏହା କେତେଦୂର ସଫଳ ହେଉଛି ନା ରାଜନୈତିକ ଖେଳ ମଧ୍ୟରେ ଗରିବ ଝୁମ୍ପୁଡ଼ି ବାସିନ୍ଦା ବଳି ପଡୁଛନ୍ତି ତାହା ଦେଖିବାର ବାକି ରହିଲା l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୬/୨୦୨୩---୮,୨୫ Sakhigopal News,26/6/2023