ଦିଗପହଣ୍ଡି ରେ ବସ୍ ଦୁର୍ଘଟଣା,୧୨ ମୃତ୍ୟୁ
ଭଂଜନଗର - ଗଂଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ରେ ୧୨ ଜଣଙ୍କ ମୃତ ହୋଇଛି । ସେଥିରୁ ୫ ଜଣ ହେଉଛନ୍ତି ଗୋଟିଏ ପରିବାରର । ମୃତକ ମାନେ ହେଲେ , ସଞ୍ଜୟ ମେଦିନୀରାଏ , ଦେବାଶୁଂ ପ୍ରଧାନ , ସୁଜ୍ଞାନୀ ପ୍ରଧାନ , ଶିବାନୀ ପ୍ରଧାନ ଏବଂ ବର୍ଷକର ପୁଅ ଆଦଭିକ୍ ପ୍ରଧାନ । ଏହା ବ୍ୟତୀତ ମୁଜାଗଡ ଗ୍ରାମର ଶୁଭେନ୍ଦୁ ପ୍ରଧାନ , ଗୁରୁତର ଆହତ ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତ ୫ ଜଣଙ୍କୁ ଶବକୁ ମୁଜାଗଡ ଗ୍ରାମକୁ ଆଣିବା ପରେ ଶେଷ ଦର୍ଶନ କରିବା ପାଇଁ ଗ୍ରାମବାସୀ ଅଞ୍ଚଳବାସୀ ଶୋକାକୁଳମଧ୍ୟରେ ଶୁଶାନ ଘାଟକୁ ନିଆଯାଇଥିଲା । ଏହି ଘଟଣା ଘଟିବା ପରେ , ପରିବାର ଓ ଆତ୍ମିୟ ସ୍ବଜନ ମାନେ ଭାଙ୍ଗିପଡିଥିବା ବେଳେ , ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୬/୨୦୨୩----୮,୧୦ Sakhigopal News,26/6/2023