Breaking News

ବୋଲେରୋ ଗାଡ଼ି ଧକ୍କାରେ ମଟରସାଇକେଲ ଆରୋହୀ ଆହତ

 
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଞ୍ଚାୟତ ର ବୁରଦା ଗ୍ରାମ ନିକଟରେ ଏକ ବୋଲେରୋ ଗାଡ଼ି କୁ ଏକ ମୋଟରସାଇକେଲର ଧକ୍କା ହୋଇଥିଲା । ଆହାତ ଅବସ୍ଥାରେ ପଡିରହିଥିଲେ ମଟର ସାଇକେଲ ଆରୋହୀ। ଏହି ସମୟରେ "ଅମୃତକୁଟୁମ"ସକ୍ରିୟ ସଦସ୍ୟ କିଶୋର ସାହୁ ଓ ମୁଢ ବାବା ସେହି ରାସ୍ତାରେ ଯିବା ସମୟରେ ଆହତ ବ୍ୟକ୍ତିଙ୍କୁ ଉଠାଇ ପାଣି ପିଆଇ ସାହାଯ୍ୟ କରିଥିଲେ । ଠିକ ସେହି ସମୟରେ ବୁରଦା ଗ୍ରାମ ର ଦୀପକ ପଣ୍ଡା ନିଜ କାର ଯୋଗେ ଭେଡେନ ଯାଉଥିଲେ । ମାନବିକତା ଦୃଷ୍ଟି ରୁ ଆହତ ବ୍ୟକ୍ତି ଙ୍କୁ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପହଁଚାଇ ଥିଲେ। ସେଠାରେ" ଅମୃତ କୁଟୁମ" ର ସକ୍ରୀୟ ସଦସ୍ଯ ଘନଶ୍ୟାମ ଅଗ୍ରୱାଲ ଓ ଅନ୍ୟାନ୍ୟ ସଦସ୍ଯ ମାନେ ଅପେକ୍ଷା କରିଥିଲେ। ଭେଡେନ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାଃ ସୁଧିର ମେହେର ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଦେଇଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ହେଲେ ରାମପୁର ଗ୍ରାମର ଆଲୋକ ସାଗର ବୟସ ୨୨ ଓ ତାଙ୍କର ବାପା ବିନୟ ସାଗର । ଡାକ୍ତର ସୁଧିର ମେହେର, କିଶୋର ସାହୁ, ମୁଢ ବାବା, ଦୀପକ ପଣ୍ଡା ଓ ଘନଶ୍ଯାମ ଅଗ୍ରୱାଲ ଓ ସଦସ୍ୟମାନେ ଦୁର୍ଘଟଣା ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରିଥିବାରୁ "ଅମୃତ କୁଟୁମ" ର ସଭାପତି ଆନନ୍ଦ ସୁନା ସମସ୍ତ ସହଯୋଗ କାରୀମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୬/୨୦୨୩----୧୨,୪୫ Sakhigopal News,16/6/2023

Blog Archive

Popular Posts