>>
  • ନିଷ୍ଠା ପରିବାର ତରଫ ରୁ ଜାତୀୟ କେନସର ସର୍ଭାଇଭର ଡେ ପାଳିତ
  • >>
  • ଘୁମୁସର ବରିଷ୍ଠ ନାଗରିକ ମଞର ବୈଠକ ଭଞ୍ଜନଗର
  • >>
  • ଶାନ୍ତିସ୍ରୋତ ଭବନରେ ନିଶାମୁକ୍ତ ଦିବସ ପାଳିତ
  • >>
  • ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରତିଭା ସମ୍ମlନ 2025 ପାଇଁ ପ୍ରସ୍ତୁତି ବୈଠକ
  • >>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ମିଶନ ଶକ୍ତିର ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ


    ଜଟଣୀ---- ଜଟଣୀ ପୌରାଞ୍ଚଳସ୍ଥିତ ଟାଉନ ହଲ(ସ୍ରଷ୍ଟା)ପରିସରରେ ମିଶନ ଶକ୍ତି ମହିଳାମାନଙ୍କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମିଶନ ଶକ୍ତିର ସହାୟତା ଓ ସୁବିଧା ସୁଯୋଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ବ୍ୟାଙ୍କରୁ ଋଣ ନେଇ କିପରି ସ୍ୱାବଲମ୍ଭି ହୋଇପାରିବେ ସେ ଦିଗରେ ଆଲୋଚନା ଓ ମହିଳାମାନଙ୍କ ମଧ୍ୟରେ ସଚେତନତା କରାଯଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ଜଟଣୀ ସିଡିପିଓ ବନ୍ଦନା କୁମାରୀ ଦେବୀ,ସେଣ୍ଟ୍ରାଲ ବ୍ୟାଙ୍କ ଶାଖା ପରିଚାଳକ ଲଡ଼ୁକିଶୋର ଚାନ୍ଦ,ସହକାରୀ ମସ୍ୟ ସମ୍ପରସରଣ ଅଧିକାରୀ ମାନସ ଶବର,ମମତା ଯୋଜନା ପ୍ରକଳ୍ପ ସହାୟକ ମନୋରଞ୍ଜନ ଲେଙ୍କା,ବିଏଲେଫ ସମ୍ପାଦିକା କାଦମ୍ବିନୀ ମହାନ୍ତି,ବିଏଲେଫ ସଭାନେତ୍ରୀ ବିଦୁଲତା ବେହେରା ଓ ପ୍ରକଳ୍ପ ସଂଯୋଜକ  ସନ୍ତୋଷ କୁମାର ଦାଶ ପ୍ରମୁଖ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ 8ଗୋଟି ପଞ୍ଚାୟତ ଓ ଜଟଣୀ ପୌରାଞ୍ଚଳର ପାଖାପାଖି 400 ଶହରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠିର ସଭ୍ୟା ଯୋଗାଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜଟଣୀ ବ୍ଲକ ଅଧୀନ ପାଞ୍ଚଛୁପଲି ପଞ୍ଚାୟତର ମା ସନ୍ତୋଷୀ ସ୍ୱୟଂସହାୟକ ଗୋଷ୍ଠୀ କିପରି ଫୁଲ ଓ ପନିପରିବା  ଚାଷକରି ସମସ୍ତଙ୍କ ପାଇଁ ଉଧାରଣ ସୃଷ୍ଟିକରିଛନ୍ତି ସେ ସମ୍ପର୍କରେ ଗୋଷ୍ଠୀର ସଦସ୍ୟମାନେ ନିଜ ସଫଳତା ବିଷୟରେ ଉପସ୍ଥିତ ଅତିଥି ଏବଂ ଅଂଶଗ୍ରହଣକାରୀଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପାଞ୍ଜଳି ଜେନା, ମଦନପୁର,ମମତା ପାତ୍ର ତ୍ରିନାଥ ଠାକୁର ଏସଏଜଜି ଗ୍ରୁପ, ଗଙ୍ଗପଡା,ସଂଯୁକ୍ତା ସୁନ୍ଦରାୟ ଦୁର୍ଗା ଦେବୀ ଏସଏଜଜି ଜାମୁକୋଳି,ନମିତା ପାଳ ମା ନଟିମଙ୍ଗଳା ଏସେଜଜି,ବିକାଶନଗର ପ୍ରମୁଖ ନିଜ ଗୋଷ୍ଠିର ସଫଳତା ଓ ଅନୁଭୂତି ବର୍ଣ୍ଣନା କରିଥିଲେ । ଆମନ୍ତ୍ରିତ ଅତିଥି ନିଜ ନିଜ ଅଧୀନରେ ଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ କିପରି ବ୍ୟାଙ୍କ ଋଣ, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ ଯୋଜନା,ପାଞ୍ଚଲକ୍ଷ ବ୍ୟାଙ୍କ ଋଣରୁ ସୁଧ ଛାଡ଼ ଠାରୁ ଆରମ୍ଭକରି ପୋଖରୀ ନିଲାମ ଆଦି ବିଷୟରେ ମହିଳା ଗୋଷ୍ଠୀମନକୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଏଲଏଫର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହଯୋଗ କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୬/୨୦୨୩---୧୧,୪୫ Sakhigopal News,16/6/2023

    Blog Archive

    Popular Posts