Breaking News

ସର୍ବଭାରତୀୟ ଫୁଟବଲ ମହାସଂଘର ମୂଳଲକ୍ଷ 2047 ଅଲମ୍ପିକ




ଜଟଣୀ----- ସ୍ଥାନୀୟ ରେଲୱେ ଖେଳ ପଡିଆ ଠାରେ ତୃଣ ମୂଳ ସ୍ତରୀୟ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା l ଆଜି ଏକ ମାସ ପୂର୍ତ୍ତି ଅବସରରେ ଜାତୀୟ ଦଳର ଫୁଟବଲ ଚୟନ କର୍ତ୍ତା ଓ ପ୍ରଶିକ୍ଷକ ଶଙ୍କର୍ଷଣ ଜେନା ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘର ସଂଯୋଜକ ସୁନୀଲ କୁମାର ମିତ୍ର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଶିଶୁ ମାନଙ୍କୁ ଫୁଟବଲ ଖେଳ ବିଷୟରେ କିଛି ମୁଖ୍ୟ ଟିପ୍ପଣୀ ଦେଇଥିଲେ । ଫୁଟବଲ ଖେଳ ପ୍ରତି ଆଗ୍ରହ ଜନ୍ମାଇବା ଉଦେଶ୍ୟରେ ଅନେକ କିଛି ଖେଳର ନିୟମ ଏବଂ ନିଜର ଶୃଙ୍ଖଳା ଜ୍ଞାନ ବିଷୟରେ ବୁଝାଇ ଥିଲେ l ଅବିଭାବକ ମାନଙ୍କୁ ଶିଶୁ ମାନଙ୍କ ମନରେ ଖେଳ ପ୍ରତି ଆଗ୍ରହ ଜନ୍ମାଇବା ଏବଂ ଶୃଙ୍ଖଳା ଜ୍ଞାନ ପ୍ରଦାନ ପାଇଁ ଟିପ୍ପଣୀ ଦେଇ ଥିଲେ l ପ୍ରତ୍ୟକ ଖେଳରେ ପ୍ରଥମେ ଶୃଙ୍ଖଳା ଜ୍ଞାନ ଯାହାର ଯେତେ ସୃଦୃଢ଼ ସିଏ ଦିନେନା ଦିନେ ଜଣେ ଉତ୍ତମ ଖେଳାଳି ରୂପେ ରାଜ୍ୟ ତଥା ଦେଶର ସୁନାମ ଅର୍ଜନ କରିପାରିବ l ଏହାର ମୂଳ ଉଦ୍ଦେଶ୍ୟ 2047 ମସିହାରେ ହେବାକୁ ଥିବା ଅଲମ୍ପିକ ଖେଳରେ ଏକ ଉତ୍ତମ ଫୁଟବଲ ଦଳ ରୂପେ ଭାଗନେବା l ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ କେଦାର ବରାଳ ଏବଂ ବିଜୟ କୁମାର ମଙ୍ଗରାଜ ପ୍ରତ୍ୟକ ସହଯୋଗରେ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ପୂର୍ବତଟ ରେଳବାଇ ଫୁଟବଲ ସଂଘଠନର ସାଧାରଣ ସମ୍ପାଦକ ଜାକିର ହୁସେନ ଜଣେ ମୁଖ୍ୟ ପ୍ରଚେଷ୍ଟକ ଭାବେ ପରିଚିତ l ତେଣୁ ଜଟଣୀର ବୁଦ୍ଧିଜୀବୀ ତଥା ଜଟଣୀ ପ୍ରେସ କ୍ଲବର ଆବାହକ ହେମନ୍ତ ସୁନ୍ଦରାୟ ଏହା ଏକ ବହୁଦିନର ପ୍ରତିକ୍ଷୀତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତପୋଷଣ କରିବା ସଂଗେ ସଂଗେ ଓଡିଶା ଫୁଟବଲ ସଙ୍ଘଠନ ଏବଂ ପୂର୍ବତଟ ରେଳବାଇ ଫୁଟବଲ ସଂଘଠନକୁ କୃତଜ୍ଞତା ଜଣାଇଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୬/୨୦୨୩----୧୨,୧୫ Sakhigopal News,16/6/2023

Blog Archive

Popular Posts