ନିଆରା ଢଙ୍ଗରେ ନିର୍ବନ୍ଧ ଘର
କଟକ----- ଲୋକମାନେ ଆଜିକାଲି ବିବାହ ଓ ନିର୍ବନ୍ଧ ଘର ମହାଆଡମ୍ବରେ ପାଳନ କରୁଥିବା ବେଳେ, କିଛି ଲୋକ ପରିବେଶ ସୁରକ୍ଷା ସଚେତନତାର ବାର୍ତ୍ତା ଦେଇ ଏହି କାର୍ଯ୍ଯକୁ ନିରାଡମ୍ବର ଭାବେ ପାଳନ କରିଛନ୍ତି । ଏପରି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତର କୂଳାସାହି ଗ୍ରାମରେ । ଏହି ଗ୍ରାମର ବୈଷ୍ଣବ ସାହୁଙ୍କ ପୁତ୍ର ବସନ୍ତ ସାହୁଙ୍କ ସହିତ ସେହି ଗ୍ରାମର ମନୁ ସ୍ବାଇଁଙ୍କ କନ୍ୟା ସୋନା ସ୍ବାଇଁଙ୍କ ସହିତ ବିବାହ ପାଇଁ ସ୍ଥିର କରାଯାଇଥିଲା । ଆଜି ବୈଦିକ ରୀତିରେ ଉଭୟଙ୍କର ନିର୍ବନ୍ଧ ଘର ଅନୁଷ୍ଠିତ ହେଇଥିଲା । ପ୍ରଥା ଅନୁସାରେ ପୁଅ ଓ ଝିଅ ଉଭୟେ ଉଭୟଙ୍କୁ ମୁଦି ପିନ୍ଧାଇବା କଥା । ଉଭୟେ ପୁଅ ଓ ଝିଅ ସମାଜ ଓ ପରିବେଶ ପାଇଁ କାମକରୁ ଥିବାରୁ ସେମାନେ ମୁଦି ବଦଳରେ ବୃକ୍ଷ ଚାରା ଅଦଳ ବଦଳ କରିଛନ୍ତି । ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉଭୟଙ୍କ ପରିବାରର ସଦସ୍ୟ ଉପସ୍ଥିତ ରହିଥିବା ବେଳେ ୪୦୦ରୁ ଉର୍ଦ୍ଧ୍ବ ସମାଜସେବୀ ଓ ପରିବେଶବିତ୍ ଉପସ୍ଥିତ ରହି ପୁଅଝିଅଙ୍କର ଏତାଦୃଶ କାର୍ଯ୍ୟକୁ ପ୍ରଂଶସା କରିବା ସହ ସୁଖମୟ ଜୀବନର ଆଶିଷ କାମନା କରିଥିଲେ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୩୦/୬/୨୦୨୩----୮,୪୫ Sakhigopal News,30/6/2023