ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ରଜ ଉତ୍ସବ ପାଳନ
ଭଞ୍ଜନଗର-- ଭଞ୍ଜନଗର ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ରଜ ଉତ୍ସବ ପାଳନ ହୋଇ ଯାଇଛି| ଏହି ଉତ୍ସବ ଭଞ୍ଜନଗର ତଥା ଆଖ ପାଖ ଅଞ୍ଚଳ ରୁ ପ୍ରାୟ 300 ସହ ବାଳକ, ବାଳିକା ଓ ମହିଳା ମାନେ ଯୋଗ ଦେଇଥିଲେ | ଏହି ଉତ୍ସବରେ ମୁଖ୍ୟ ଅଥିତି ଭାବେ ଭଞ୍ଜନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଶ୍ରୀମତୀ ବିଷ୍ନୁପ୍ରିୟା ସେଠି, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଶ୍ରୀ ଶୁଲପାଣି ଶତପଥି ଯୋଗ ଦେଇଥିଲେ । ଲାଲସିଂ ଗ୍ରାମପଂଚାୟତ ର ସରପଞ୍ଚ ଶିବରାମ ସାହୁ, ବଡକୋଦଣ୍ଡ ଗ୍ରାମପଂଚାୟତ ର ସରପଞ୍ଚ ଶ୍ରୀମତୀ ରେଷମା ନାୟକ ଓ ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ର ପରିଚାଳନା ମଣ୍ଡଳୀ ର ଶ୍ରୀ ଅଜିତ କୁମାର ଶତପଥି, ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀ ରମା କାନ୍ତ ପାଢ଼ୀ ଏବଂ ଆଇନା ର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ବିଶ୍ଵାଳ ଓ ବାଲିପଦର ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ବୃନ୍ଦାବନ ମହାନ୍ତି ଯୋଗ ଦେଇଥିଲେ । ସମସ୍ତ ଅଂଶଗ୍ରହଣ କାରି ମାନେ ନୃତ୍ୟ, ଗୀତ, ଝୋଟି, ମେହେନ୍ଦି, ପିଠା ଆଦି ପ୍ରତିଯୋଗିତା ରେ ଭାଗ ନେଇ ସେଥି ମଧ୍ୟରୁ 15 ଜଣ ପ୍ରତି ଯୋଗିତାଙ୍କୁ ପୁରସ୍କୃତ କରିଥିଲେ । ସେହି ପରି ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ର ଅଧ୍ୟକ୍ଷ ଏବଂ ଶିକ୍ଷୟତ୍ରୀ ମାନେ ରଜ ଦୋଳି ର ଶୁଭ ଉଦଘାଟନ କରିଥିଲେ । ବିଚାରକ ଭାବରେ ଦୀପ୍ତଂଶୁ ପ୍ରଭା ଦେବୀ, ପବିତ୍ର ମୋହନ ଶତପଥୀ ଏବଂ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନେ ଓ ଅଙ୍ଗନବାଡି ସୁପ୍ପରଭାଇଜର ଭଉଣୀ ମାନେ ପ୍ରତିଯୋଗିତା ଗୁଡିକର ବିଚାରକା ଭାବରେ ଦାଇତ୍ୱ ନେଇଥିଲେ । ମୁଖ୍ୟ ଆତିଥ ଏବଂ ମୁଖ୍ୟ ବକ୍ତା ରଜ ଉତ୍ସବ ଓ ଆଇନା ର କାର୍ଯ୍ୟକ୍ରମ ବିଷୟରେ ଆଲୋକପତ କରିଥିଲେ । ଏହି ଉତ୍ସବ କିଭଳି କିଶୋରୀ ବାଳିକା ମାନଙ୍କର ସ୍ଵାସ୍ଥ୍ୟ ପ୍ରତି ସଜାଗ ରହୁଛି ସେହି ବିଷୟରେ ଆଲୋକପାତ କରିଥିଲେ |ଏହି ଉତ୍ସବ ରେ ଆଇନା ର କ୍ଷେତ୍ର କର୍ମଚାରୀ ଶ୍ରୀ ଟୁକୁନା ଖଟାଇ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୬/୨୦୨୩----୧୨,୩୦ Sakhigopal News,16/6/2023