Breaking News

ନିଶା ନିବାରଣ କେନ୍ଦ୍ରକୁ ନେଇ ଚର୍ଚ୍ଚା



ଜଟଣୀ --ଜଟଣୀ ସହରର ପୌରପରିଷଦ ଅଧୀନରେ ଥିବା ୱାର୍ଡ ନଂ ୧୩ ବାଛରା ପାଟଣା, ୱାର୍ଡ ନଂ ୧୧ ରାମଚନ୍ଦ୍ରପୁର ଏବଂ ବିଶ୍ୱନାଥ କଲୋନୀ ସହରର ଆଖ ପାଖରେ ଅନେକ ନିଶାନିବାରଣ କେନ୍ଦ୍ର ଖୋଲିଥିବା ଦେଖିବାକୁ ମିଳୁଛି l ଏହି ନିଶାନିବାରଣ କେନ୍ଦ୍ର ଗୁଡିକ ଓଡିଶା ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କି ନୁହେଁ ତାହା ତଦନ୍ତ ସାପେକ୍ଷ l କାରଣ ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ ଏହି ନିଶାନିବାରଣର ମାଲିକମାନେ କିଛି ଅସାମାଜିକ ଏବଂ ଗୁଣ୍ଡା ଶ୍ରେଣୀର ଲୋକଙ୍କ ସାହାଯ୍ୟରେ କିଛି ଅସହାୟ ନିଶାସକ୍ତ ବ୍ୟକ୍ତି ମାନଙ୍କୁ ଜବରଦସ୍ତ ଉଠାଇ ଆଣୁଛନ୍ତି । ତାହା ପରିବାରର ଜ୍ଞାତସାରରେ ହେଉଛିକି ନାହିଁ ତାହା ଅଜଣା । କେନ୍ଦ୍ରରେ ଥିବା ଅନ୍ତେ ବାସୀଙ୍କୁ ନିର୍ୟାତନା ଦେବାସହ ସେମାନଙ୍କ ପରିବାର ସଦଶ୍ୟଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଶୁଣିବାକୁ ମିଳୁଛି l ନିଶାନିବାରଣ କେନ୍ଦ୍ରରେ ମାଲିକ ଏବଂ କର୍ମଚାରୀ ମାନେ ସେଠାରେ ବିଭିନ୍ନ ପ୍ରକାରର ଅସାମାଜିକ କାର୍ଯ୍ୟ ଚାଲୁଥିବାର ଅଭିଯୋଗ ହେଉଛି l ଏହି ମାଲିକ ମାନେ ବଡ ବଡ ନିଶା ମାଫିଆ, ଅସାମାଜିକ ବ୍ୟକ୍ତି ଏବଂ କିଛି ସ୍ଥାନୀୟ କୁଜିନେତାଙ୍କ ଛତ୍ରଛାୟା ତଳେ ରହି କାର୍ଯ୍ୟ କରୁଥିବା ଆଲୋଚନା ହେଉଛି l ନିଶାନିବାରଣ କେନ୍ଦ୍ର ଖୋଲି ତାର ପରିଚାଳନା ପାଇଁ ସହରର କିଛି ବ୍ୟବସାୟ ପ୍ରତିଷ୍ଠାନ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ଯାଇ ଦାଦା ବଟି ମାଗୁଥିବାର ନଜିର ଅଛି l  ସେମାନେ ସ୍ଥାନୀୟ ଅଞ୍ଚଳର ଅସାମାଜିକ ବ୍ୟକ୍ତି ଥିବାରୁ ସେମାନଙ୍କ ବିରୁଦ୍ଧରରେ ସ୍ଥାନୀୟ ପ୍ରଶାସନଙ୍କ ପାଖରେ ଅଭିଯୋଗ କରିବାକୁ ଭୟଭିତ ହେଉଛନ୍ତି l ତେଣୁ ସ୍ଥାନୀୟ ପ୍ରଶାସନ ସହରରେ ଥିବା ସମସ୍ତ ନିଶାନିବାରଣ କେନ୍ଦ୍ର ଗୁଡିକୁ ପରିଦର୍ଶନ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସହରର ଜନସାଧାରଣ ଏବଂ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୬/୨୦୨୩---୯,୪୫ Sakhigopal News,20/6/2023

Blog Archive

Popular Posts