Breaking News

ବାଲିଗୁଡା ବିଜେପିର ଟାଟା ପାଓ୍ବାର ଅଫିସ ଘେରାଓ


 
 
କନ୍ଧମାଳ---- ବାଲିଗୁଡା ସବଡିଭିଜନ ରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଏହାର ପ୍ରତିବାଦରେ ବାଲିଗୁଡା ବିଜେପି ପକ୍ଷରୁ ଟାଟା ପାଓ୍ବାର ବିଦ୍ୟୁତ କାଯ୍ୟାଳୟ ଘେରାଓ କରାଯାଇଛି ।ବିଜେପି ଦଳ ପକ୍ଷରୁ ବାଲିଗୁଡା ପୂତ୍ତବିଭାଗ ନିକଟରୁ ଏକ ରାଲି ବାହାରି ବଜାର ଦେଇ ଟାଟା ପାଓ୍ବାର କାଯ୍ୟାଳୟ ପରିସରରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବର୍ତ୍ତମାନ ତାପମାତ୍ରା ୪୨ଡିଗ୍ରୀ ଉପରେ ଥିବା ବେଳେ ବିଦ୍ୟୁତ କାଟ ପାଇଁ ଜନସାଧାରଣ ନାହିଁ ନଥିବା ହଇରାଣ ହରକତ ହୋଉଛନ୍ତି ।ଏପଟେ ଖରାଦିନେ ବିଦ୍ୟୁତ କାଟ ହେବନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଘୋଷଣା କରିଥିବା ସ୍ବତେ ବାରମ୍ବାର ବିଦ୍ୟୁତ କାଟ ହୋଉଥିବା ଦଳ ପ୍ରକାଶ କରିଛି ।ଏହି ଘେରାଓରେ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ,ମହିଳା ନେତ୍ରୀ କୁସୁମି ପ୍ରଧାନ,ଜିଲ୍ଲା ସ୍ବଛ ଭାରତ କୋଡିନେଟର କଳ୍ପନା କହଁର,ସୁରେନ୍ଦ୍ରପାତ୍ର,ଆଦିକନ୍ଦ ପଟ୍ଟନାୟକ,ଦିବାକର ସାହୁ,ନିର୍ମଳା ବେହେରା,ଆଶିଷ ଭରଦ୍ବାଜ,ସୁବାଶିଷ ମିଶ୍ର,ଦିଗାମ୍ବର ପାଣିଗ୍ରାହି,ଚନ୍ଦ୍ରମଣି କହଁର,ବିଜବର ମଳିକ,ପଦ୍ମଚରଣ ଦାସ,ଅଜିତ ପାତ୍ର, ପ୍ରମୁଖ ଶତାଧିକ ବିଜେପି କର୍ମୀ ଓ ନେତା ଘେରାଓ ରେ ସାମିଲ ହୋଇ ରାଜ୍ୟ ସରକାର ଓ ଶକ୍ତିମନ୍ତ୍ରୀ ଙ୍କୁ ଭତ୍ସନା କରିବା ସହିତ ବିଭିନ୍ନ ସ୍ଳୋଗାନ ଦେଇଥିବା ଦେଖିବାକୁ ମିଳିଥିଲା  ।ଆଗାମୀ ଦିନରେ ଟାଟା ପାଓ୍ବାର ଯଦି ବିଦ୍ୟୁତ କାଟରୁ କ୍ଷାନ୍ତ ନ ରହେ ତାହାହେଲେ ବିଜେପି ଦଳ ରାଜରାସ୍ତାକୁ ଓହ୍ଲାଇବା ସହିତ ଏହାର ଘୋର ବିରୋଧ କରିବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ବିଜେପି ଦଳ  । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୬/୬/୨୦୨୩---୧୨,୨୫ Sakhigopal News,16/6/2023

Blog Archive

Popular Posts