ରାଷ୍ଟ୍ରୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ମେଗା ରକ୍ତ ଦାନ ଶିବିର
ବରଗଡ଼:-(ନବୀନ ଦାଶ)ରାଷ୍ଟ୍ରୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଆଠ ଦିନ ବ୍ୟାପୀ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ମେଗା ରକ୍ତଦାନ ଶିବିର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଅତାବିରା ମାରୱାଡ଼ି ଯୁବା ମଞ୍ଚ ଓ ଜାଗୃତି ଶାଖାର ମିଳିତ ଆନୁକୁଲ୍ୟ ରେ ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥିଭାବେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି ରାଷ୍ଟ୍ରୀୟ ମେଗା ଶିବିର ଅବସରରେ ୧୦୬ ବ୍ରାଞ୍ଚ ରେ ୨୫୦ଟି କ୍ୟାମ୍ପ ଅନୁଷ୍ଠିତ ହୋଇ ସର୍ବ ମୋଟ ୧୧ହଜାର ୧୧୧ ୟୁନିଟ ରକ୍ତ ସଂଗୃହୀତ ର ଲକ୍ଷ ରଖି ଶିବିର ଶେଷ ହୋଇଛି।ଯାହାକି ଶିବିର ଟି ସକାଳ ୮ଘଣ୍ଟାରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ସଂଗୃହିତ ହୋଇ ରକ୍ତଦାତା ମାନଙ୍କୁ ଛତା ଓ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା।ସଂଘର ସଭାପତି ପବନ ଅଗ୍ରୱାଲ, ସମ୍ପାଦକ ଅର୍ପିତ ବାଙ୍କା,କନ୍ ଭେନର ଶିବ ଶଙ୍କର ଅଗ୍ରୱାଲ,ମନିଷ ଅଗ୍ରୱାଲ,ମୁକେଶ ଅଗ୍ରୱାଲ ଙ୍କ ସମେତ ମାରୱାଡ଼ି ଯୁବାମଞ୍ଚ ଓ ଜାଗୃତି ଶାଖା ର ସଂଘର ସମସ୍ତ କର୍ମ କର୍ତ୍ତା,ସଦସ୍ୟ ସଦସ୍ୟା ପ୍ରମୁଖ ଙ୍କ ସକ୍ରିୟ ସହଯୋଗ ରହିଥିଲା।ଶିବିରରେ ୬୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବରଗଡ଼ ରକ୍ତ କେନ୍ଦ୍ର ଡ ସୁଶାନ୍ତ କର, ଟେକନିସିଏନ ଭୁବନେଶ୍ୱର ସାହୁ ଓ ଝରଣା ବାରିକ୍,ରକ୍ତ କେନ୍ଦ୍ର କାଉନସିଲର୍ ସରୋଜ ସୁନା, ରାକେଶ ରଣା ଓ କୃଷ୍ନଚନ୍ଦ୍ର ସାହୁ ରକ୍ତ ସଂଗୃହିତ ଦାୟିତ୍ୱରେ ରହିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୬/୨୦୨୩-----୪,୩୫ Sakhigopal News,18/6/2023