Breaking News

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ



ଭେଡେନ ---- ସ୍ଥାନୀୟ ସୂର୍ଯ୍ୟମଣି ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ,ର ପ୍ରଧାନ ଶିକ୍ଷକ ବନମାଳୀ ଦାଶଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବର୍ଣ୍ଣlଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିଜୟ କୁମାର ଯେଶ୍ୱାଳ, ପ୍ରଧାନ ଶିକ୍ଷକ, ଆଞ୍ଚଳିକ ସରକାରୀ ହାଇସ୍କୁଲ, ତେନ୍ତୁଲିଟିକ୍ରା, ସମ୍ମାନୀତ ଅତିଥି ଭାବେ, ଅକ୍ଷୟ କୁମାର ନାଏକ, ସରପଞ୍ଚ ଭେଡେନ ଗ୍ରା. ପ., ହରିଶଙ୍କର ବେହେରା, ସଭାପତି, ସେବା ସମବାୟ ସମିତି, ଭେଡେନ, ସୁବାସ ଚନ୍ଦ୍ର ଦାଶ, ପ୍ରଧାନ ଶିକ୍ଷକ, ସରକାରୀ ହାଇସ୍କୁଲ ଜାଣ୍ଡୋଲ, ଶିବଲାଲ ମେହେର, ପ୍ରଧାନ ଶିକ୍ଷକ, ଜାଣ୍ଡୋଲ ମ ଇ ବିଦ୍ୟାଳୟ, ରମଣୀ ରଞ୍ଜନ ରାଉତ, ପ୍ରଧାନ ଶିକ୍ଷକ, ଖୁଣ୍ଟପାଲି, ହାଇସ୍କୁଲ, କ୍ଷିତେଶ୍ୱର ବେହେରା ଓ ଦିଲୀପ କୁମାର କର୍ମୀ, ସି ଆର ସି ସି, ଗୁରୁପାଲି ଓ ଭେଡେନ, ଅରୁଣ କୁମାର ଭୋଇ, ପୂର୍ବତନ ସି ଆର ସି ସି, ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିବା ଅତିଥିମାନେ ଦାଶ ସାରଙ୍କ  ଶିକ୍ଷକତା ଜୀବନର ସ୍ମୃତି ଚାରଣ କରିଥିଲେ l ତାଙ୍କର ଦିଗ ଦର୍ଶନରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଛାତ୍ର ଛାତ୍ରୀ ତଥା ସମାଜର ନିଶ୍ଚିତ ଭାବେ ଉନ୍ନତି ହେବ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଅର୍ପିତା ମଲ୍ଲିକଙ୍କୁ ମାନସ, ଦିପ୍ତିମୟୀ ଓ କେଦାରେଶ୍ୱର -ମନୋରମାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଜୟନ୍ତୀ ବାରିକ ଓ ରାଜେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଡଲି ବୁଦ୍ଧିଆଙ୍କ ରଚିତ ଏକ ସୁନ୍ଦର ଗୀତ ଗାନ ପରେ ବିଦ୍ୟାଳୟ ତରଫରୁ ଅବସର ଗ୍ରହଣ  କରିଥିବା ଶିକ୍ଷକଙ୍କୁ ଛାତ୍ର ଛାତ୍ରୀ ତଥା ଉପସ୍ଥିତ ଶିକ୍ଷକ, ଅବିଭାବକ,ଅଭିଭାବିକାଙ୍କ ତରଫରୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ଥିଲା  । ଶେଷରେ ଶିକ୍ଷୟତ୍ରୀ କବିତା ସା ଧନ୍ୟବାଦ ଅର୍ପଣ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୬/୨୦୨୩---୯,୧୦ Sakhigopal News,30/6/2023

Blog Archive

Popular Posts