ସଡକ ଦୁର୍ଘଟଣାରେ ରେ ଦୁଇ ଗୁରୁତର,ଚିକିତ୍ସିତ ଅବସ୍ଥାରେ ବାଇକ୍ ଚାଳକଙ୍କ ର ମୃତ
ବରଗଡ଼:----(ନବୀନ ଦାଶ)ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ ୧୦ ମେଟାକାନୀ ମନ୍ଦିର ସମ୍ମୁଖ ରେ ତ୍ରୁଟିପୂର୍ଣ୍ଣ ରାସ୍ତା ତଥା ଅସମ୍ପୂର୍ଣ୍ଣ ମରଣ ଯନ୍ତା ୫୩ନଂ ଚରିଥାକିଆ ମୁଖ୍ୟ ଜାତୀୟ ରାଜପଥ ରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ଜଣ ଗୁରୁତର ହୋଇଥିବାବେଳେ ଜଣେ ଆହତ ହୋଇ ଥିବା ଜଣାପଡିଛି।ଏନେଇ ସଙ୍ଗେ ସଙ୍ଗେ ଗୁରୁତର ଓ ଆହତ ବ୍ୟକ୍ତି ମାନଙ୍କୁ ସ୍ଥାନୀୟ ତଥା ଯିବାଆସିବା ଲୋକଙ୍କ ସହାୟତା ରେ ୧୦୮ଏମ୍ବୁଲେନ୍ସ ଯୋଗେ ବୁର୍ଲା ବଡ ଡାକ୍ତରଖାନା କୁ ପଠାଇ ଦିଆଯାଇଥିଲା । ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଗୁରୁତର ବୃଦ୍ଧା ଜଣକ ସ୍ଥାନୀୟ ଅଞ୍ଚଳର ଚିନିପାନି ବାଦୀ(୬୫) ହୋଇଥିବା ବେଳେ ଗୁରୁତର ବାଇକ୍ ଆରୋହୀ ଭଟଲି ଥାନା ଅର୍ନ୍ତଗତ ସିରାପାଲି ଲାଲଚୀ ବନଛୋର (୫୦)ଓ ଆହତ ଜଣକ ତାଙ୍କ ଝିଅ ପୁଷ୍ପା ବନଛୋର ବୋଲି ଅତାବିରା ପୋଲିସ ପକ୍ଷରୁ ଜଣାପଡିଛି। ସୂଚନା ଯୋଗ୍ୟ ଯେ,ବୃଦ୍ଧା ଜଣକ ରାଜ ରାସ୍ତା ପାରିହୋଇ ପାଣି ପାଇଁ ମେଟାକାନୀ ମନ୍ଦିର ପରିସର ରେ ଥିବା ପାଣି ଟେପ୍ ରୁ ପାଣି ନେଇ ଫେରୁଥିବା ସମୟରେ ମଟରସାଇକେଲ ଗାଡ଼ି ଓଡି ୧୭ ଏମ୍ ୦୪୨୬ ବରଗଡ଼ ପଟୁ ଦୃତ ଗତିରେ ଆସି ବୃଦ୍ଧା ଜଣଙ୍କୁ ଧକ୍କା ଦେଇଥିଲା । ବୃଦ୍ଧା ଜଣକ ତଳେ ପଡ଼ିଯାଇ ଗୁରୁତର ହୋଇ ପଡ଼ିଥିଲେ।ଗାଡ଼ି ଚାଳକ ସମେତ ତାଙ୍କ ଝିଅ ଛିଟିକି ପଡ଼ି ବାଇକ୍ ଚାଳକ ଗୁରୁତର ବନଛୋର ବୁର୍ଲା ବଡ଼ ଡାକ୍ତରଖାନା ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଅତାବିରା ପୋଲିସ ସୂତ୍ରରୁ ଜଣାପଡିଛି। ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି। ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ,୧୮/୬/୨୦୨୩----୯,୫୫ Sakhigopal News,18/6/2023