Breaking News

ବନ୍ଧୁକ ସହ ଜଣେ ଗିରଫ, ଗୁଳି, ବୁଲେଟ ଓ ମୋବାଇଲ ଜବତ



ଜଟଣୀ---- ଜଟଣୀ ଥାନା ଅନ୍ତର୍ଗତ ବେଲାପଡ଼ା ଅଞ୍ଚଳରେ ପୁଲିସ ଚଢ଼ାଉ କରି ପଦନପୁର ତଳସାହିର ଅଭିଯୁକ୍ତ ଚନ୍ଦ୍ରକାନ୍ତ ହରିଚନ୍ଦନ ଓରଫ ପପୁ (୧୯) କୁ ଗିରଫ କରିଛି। ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ଗୋଟିଏ ଜୀବନ୍ତ ଗୁଳି, ବୁଲେଟ ମଟର ସାଇକେଲ ଓ ମୋବାଇଲ ଫୋନ ଜବତ କରିଛି ପୁଲିସ। ତେବେ ପପୁର ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଗତ କିଛଦିନ ହେବ ପପୁ ଓ ତାର ସହଯୋଗୀ ଅଞ୍ଚଳରେ ବନ୍ଧୁକ ଧରି ଆତଙ୍କ ଖେଲାଇ ଆସୁଥିଲେ।  ବନ୍ଧୁକ ରଖି ବିଭିନ୍ନ ଅପରାଧିକ ଘଟଣା ଘଟାଇବା ସହ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିଲେ। ତେବେ ଗତକାଲି ରାତିରେ ବେଲାପଡ଼ା ମଶାଣି ପଡ଼ିଆ ସ୍ଥିତ ହନୁମାନ ମନ୍ଦିର ନିକଟରେ ପପୁ ଓ ତାର ସହଯୋଗୀ ଗାଡ଼ିରେ ବସି ଅପରାଧିକ ଷଡ଼ଯନ୍ତ୍ର ରଚୁଥିଲେ। ଏହି ସମୟରେ ପୁଲିସ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପପୁକୁ କାବୁ କରିଥିବା ବେଳେ ସହଯୋଗୀ ଫେରାର ହୋଇଯାଇଥିଲା। ଯାଞ୍ଚ ସମୟରେ ତା ନିକଟରୁ ଦେଶୀ ବନ୍ଧୁକ ପୁଲିସ ଜବତ କରିଥିଲା।  ଏ ନେଇ ଥାନାରେ କେସ ନଂ ୨୨୯/୨୩ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। ଫେରାର ସହଯୋଗୀକୁ ଧରିବାକୁ ପୁଲିସ ଛାନଭିନ କରୁଥିବା ସୂଚନା ମିଳିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୬/୨୦୨୩----୯,୪୫ Sakhigopal News,10/6/203

Blog Archive

Popular Posts