Breaking News

ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ



ଭଞ୍ଜନଗର ----- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ  ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ର ଏକ ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ  କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଆବାହକ ଥିଲେ ବିଦ୍ୟାଳୟର ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଆର୍ମୀ ଅଫିସର ଶିକ୍ଷକ  ଶ୍ୟାମା ପ୍ରସାଦ ମିଶ୍ର ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ଓ ଏନ୍ ସି ସି ଆର୍ମୀ କ୍ୟାଡେଟ ମାନେ ଅଗ୍ରଗାମୀ ବାର୍ତ୍ତାବହ  ଏନ୍ ସି ସି ନେଭି ଓ ଏୟାର  କ୍ୟାଡେଟ  ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭ ରେ   ଶ୍ରୀ ମିଶ୍ର ଓ କ୍ରୀଡା ଶିକ୍ଷୟତ୍ରୀ ସ୍ୱପ୍ନେଶ୍ୱରୀ ଦିଗାଲ୍ ବିଭିନ୍ନ ଯୋଗ , ପ୍ରାଣାୟାମ ଆଦି ପ୍ରଦର୍ଶନ କରିଥିଲେ ।   ଦ୍ଵିତୀୟ ଚରଣରେ ସ୍ୱଚ୍ଛ ଭାରତ କାର୍ଯ୍ୟ କ୍ରମ ଅନ୍ତର୍ଗତ ବିଦ୍ୟାଳୟ ହତା ସଫେଇ   ଆୟୋଜିତ ହୋଇଥିଲା I   ଏୟାର ଅଫିସର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ,ନଭଲ କେଇର ଟେକର ଏପିରିୟମ ବଡ଼ରାଇଟ ,  ଉପଦେଷ୍ଟା ଶଙ୍କର ପ୍ରସାଦ ପଟନାୟକ  ପ୍ରମୁଖ ଏହି କାର୍ଯ୍ୟ କ୍ରମ ରେ ସକ୍ରିୟ ସହଯୋଗ କରିବା ସହିତ  ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ  । ସୁସ୍ଥ ରହିବାକୁ ହେଲେ ଯୋଗ କରିବା ଅନିବାର୍ଯ୍ୟ  ବୋଲି ପ୍ରଧାନ ଶିକ୍ଷକ ମତ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୬/୨୦୨୩-----୧୧,୩୫ Sakhigopal News,22/6/2033

Blog Archive

Popular Posts