କେନାଲ ରୁ ସଦ୍ୟଜାତ ଶିଶୁପୁତ୍ରର ମୃତଦେହ ଠାବ
ଭଞ୍ଜନଗର - କେନାଲ ରୁ ସଦ୍ୟଜାତ ଶିଶୁପୁତ୍ର ର ମୃତଦେହ ଠାବ ହୋଇଛି। ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ପଞ୍ଚାୟତରେ ଥିବା ପଇତାଗାଁ ନିକଟ ଏକ କେନାଲରେ ସଦ୍ୟଜାତଶିଶୁ ପୁତ୍ରର ମୃତଦେହ ପଡିଥିବାର ଗ୍ରାମବାସୀ ଦେଖିଥିଲେ । ଏହି ଘଟଣା ଆଖପାଖ ଅଞ୍ଚଳରେ ପଚାରିତ ହେବା ପରେ ମୃତ ସଦ୍ୟଜାତ ଶିଶୁପୁତ୍ରଟିକୁ ଦେଖିବାକୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ମୃତ ଶିଶୁପୁତ୍ରଟି ୨ କିମ୍ବା ୩ ଦିନ ତଳର ଘଟଣା ହେଇଥିବା ଅନୁମାନ କରାଯାଉଛି । କିଏ ଏବଂ କାହିଁକି ?, ଏଭଳି ସଦ୍ୟଜାତ ଶିଶୁ କୁ ଫୋପାଡି ଦେଇଛି , ତାହାର କାରଣ ଅସ୍ପଷ୍ଟ ରହିଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ପ୍ରଥମେ ଏହା ଦେଖିବାକୁ ପାଇଥିଲେ । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଏହା କୌଣସି ସଦ୍ୟଜାତ କିମ୍ବା ଅବୈଧ କାରଣରୁ ମୃତ ଶିଶୁ କୁ ଫୋପାଡି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୬/୨୦୨୩---୯,୨୦ Sakhigopal News,22/6/2023