Breaking News

ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ


ବାଙ୍କୀ, କଟକ ----   ବରିଷ୍ଠ ନାଗରିକ ନିବାସ ବାଙ୍କୀ ର ଯାତମୁଣ୍ଡିଆର ଇନ୍ଦୁମତୀପାଟଣା ଠାରେ ଆଜି ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ପକ୍ଷରୁ ସଂଘର ସଭାପତି ଅରବିନ୍ଦ ବୀରବର ହରିଚନ୍ଦନ ଓ ସମ୍ପାଦକ ମନୋଜ କୁମାର ଦଳେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ପ୍ରାୟ ଏହି ଵୃଦ୍ଧାଶ୍ରମ ରେ ରହୁଥିବା ୨୫ ଜଣ ରୁ ଉର୍ଦ୍ଧ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।  ଅନ୍ୟପଟେ ସଂଘର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମହାପାତ୍ର ଓ ସହ ସମ୍ପାଦକ ଅଶୋକ ରଣା ଙ୍କ ସମେତ ସଂଘ ର ଉପସ୍ଥିତ ରହିଥିବା ସକ୍ରିୟ ସଦସ୍ୟ ମନେ ଆଶ୍ରମ ରେ ଆଉ କଣ ସବୁ ମୌଳିକ ସମସ୍ୟା ରହିଛି ତାହା କୁ ବୁଝିଥିଲେ । ତେବେ ଯାହା ଏହି ଆଶ୍ରମର ଅନ୍ତେବାସୀ ଙ୍କ ପକ୍ଷରୁ ଅଭିଯୋଗ ମୁଖ୍ୟତଃ ନିତ୍ୟ ବ୍ୟବହାର ପାଇଁ ଏଠି ଖରାଦିନେ ପାଣିର ଅଭାବ ରହୁଛି । ସଠିକ ଭାବେ ଲାଇନ ପାଣି ପହଞ୍ଚି ପାରୁ ନ ଥିବା ବେଳେ ପାଖରେ ରହିଥିବା ନଳକୂପ ଟି କୁଆଡେ ଖରାପ ହୋଇଯାଇଛି । ତୁରନ୍ତ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଏହି ଵୃଦ୍ଧାଶ୍ରମ କୁ  ବିକଳ୍ପ ଭାବେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ଯନ୍ତ୍ରୀ ଙ୍କୁ ଫୋନ ଯୋଗେ ଅନୁରୋଧ ସଂଘର  ସମ୍ପାଦକ ମନୋଜ ଦଳେଇ କରିଥିଲେ ।ସେପଟେ ତୁରନ୍ତ କିଭଳି ନଳକୂପଟିକୁ ଯୁଦ୍ଧ କାଳୀନ ମଧ୍ୟରେ ମରାମତି କରାଯିବ ସେ ଦିଗରେ ସମସ୍ତ ଉଦ୍ୟମ କରାଯିବ ବୋଲି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ଯନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରତିଶୃତି ଦେଇଛନ୍ତି। ଅନ୍ୟପଟେ ଆଗାମୀ  ଦିନ ରେ ଏହି ଜାତମୁଣ୍ଡିଆ ଅଂଚଳ ରେ ସ୍ଥାନୀୟ ଅଂଚଳ ର ଜନସାଧାରଣ ଓ  ଏଠାକାର ଅନ୍ତେବାସୀ ଙ୍କୁ ନେଇ ଏକ ମାଗଣା ଚକ୍ଷୁ ଶିବିର ଖୁବ ଶୀଘ୍ର ଆୟୋଜନ କରାଯିବା ପାଇଁ ଘୋଷଣା କରିଛନ୍ତି ସଂଘ ର ସଭାପତି ଶ୍ରୀ ହରିଚନ୍ଦନ । ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟାକ୍ରମ ରେ ସାମ୍ବାଦିକ ମନୋଜ ପାତ୍ର. ପୁର୍ଣ୍ଣେନ୍ଦୁ ନାୟକ. ବସନ୍ତ ଦଳେଇ.ରାଜେଶ କୁମାର ସାହୁ ପ୍ରମୁଖ ରହିଥିଲେ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୬/୬/୨୦୨୩---- ୧୨,୪୫ Sakhigopal News,16/6/2023

Blog Archive

Popular Posts